କେନ୍ଦୁଝର ଜିଲ୍ଲା ଟ୍ରକ୍ ମାଲିକ ସଂଘ ନିର୍ବାଚନ ଓ କାର୍ଯ୍ୟକର୍ତ୍ତା ଦାୟିତ୍ଵ ନେବାରେ ନିର୍ଦ୍ଧାରିତ ତିନି ବର୍ଷ ବିତି ଯାଇଥିବାରୁ ନିର୍ବାଚନ କରିବାରେ ବିଳମ୍ବ ହେଉଥିବାରୁ ଟ୍ରକ ମାଲିକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ଦୀର୍ଘ ବର୍ଷ ହେଲା ଟୋକନ୍ କଳା ବାହାରି, ସଦସ୍ୟତା ରୟାଲ୍ଟିର ଆର୍ଥିକ ଅନିୟମିତତା ଦେଖାଦେଇଥିବା ବେଳେ ନିର୍ବାଚନ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରାଯାଉଥିବାରୁ ତୁରନ୍ତ ନିୟମାନୁଯାୟୀ ନିର୍ବାଚନ କରିବାକୁ ସଂଘ ପରାମର୍ଶ ଦାତା ଓ କାର୍ଯ୍ୟକର୍ତ୍ତାଙ୍କୁ ଆଦେଶ କରିବାକୁ ନିବେଦନ କରି ଦାବି ପତ୍ର ପ୍ରଦାନ କରିଛନ୍ତି।