କଳମଛୁଇଁ ଗ୍ରାମରେ ହରିଣ ମୃତ

ତାଳଚେର ଫରେଷ୍ଟ ରେଞ୍ଜ ଅନ୍ତର୍ଗତ କଳମଛୁଇଁ ଗ୍ରାମରେ ଆଜି ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ ହରିଣଟି ନିକଟସ୍ଥ ମହୀତଳା ଜଙ୍ଗଲରୁ ଆସି କଳମଛୁଇଁ ପୁରୁଣାସାହି ଦେଇ କାଳିକାପ୍ରସାଦ ସାହି ଆଡକୁ ଦୌଡୁଥିବା ବେଳେ ଜଣେ ଗ୍ରାମବାସୀଙ୍କ ପାଚେରୀରେ ବାଡେଇ ହୋଇ ଯାଇଥିଲା ଫଳରେ ହରିଣଟିର ମୁଣ୍ଡରେ ଆଘାତ ଲାଗି ଘଟଣାସ୍ଥଳରେ ତାହାର ମୃତ୍ୟୁ ଘଟିଥିଲା ।

ଏନେଇ ସ୍ଥାନୀୟ ଲୋକେ ତାଳଚେର ଉପଖଣ୍ଡ ବନାଚଂଳ ଅଫିସକୁ ଜଣାଇବା ପରେ ଜଙ୍ଗଲ ବିଭାଗର ଅଧିକାରୀ ଘଟଣାସ୍ଥଳକୁ ଆସି ମୃତ ହରିଣଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes