କଥାବାର୍ତ୍ତା ହେଉଥିବା ଅବସ୍ଥାରେ ଧର୍ମପରାୟଣା ମହିଳାଙ୍କ ପରଲୋକ

ସୋନପୁର ରାୟଗୁରୁପଡା ଠାରେ ପଣ୍ଡିତ ପୀତବାସ ମିଶ୍ରଙ୍କ ସହଧର୍ମଣୀ ଆଲ୍ଲାଦିନୀ ମିଶ୍ରଙ୍କ ୮୮ ବର୍ଷ ବୟସରେ ପରଲୋକ ଘଟିଥିବା ଜଣାପଡ଼ିଛି । ସେ କଥାବାର୍ତ୍ତା ହେଉଥିବା ଅବସ୍ଥାରେ ବୃନ୍ଦାବନ ବିହାରୀଙ୍କ ନାମ ଉଚ୍ଚାରଣ କରି ଶେଷ ନିଶ୍ୱାସ ତ୍ୟାଗ କରିଥିବା ତାଙ୍କ ପରିବାର ସୂତ୍ରରୁ ଜଣାଯାଇଛି । ସେ ଜଣେ ଧର୍ମ ପରାୟଣା ନାରୀ ଥିଲେ । ତାଙ୍କ ଜ୍ୟେଷ୍ଠ ପୁଅ ଚନ୍ଦ୍ରଶେଖର ମିଶ୍ର ମୁଖାଗ୍ନି ଦେଇଥିବାବେଳେ ଦ୍ୱିତୀୟ ପୁତ୍ର ତଥା ଜିଲ୍ଲା ସଚେତନ ନାଗରିକ ମଞ୍ଚ ସଭାପତି ସିତାଂଶୁ ଶେଖର ମିଶ୍ର ମଧ୍ୟ ଉପସ୍ଥିତ ଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes