ବାତ୍ୟା ହେବ ନାହିଁ, ଏହା ଗଭୀର ଅବପାତ ଭାବେ ଉପକୂଳ ଅତିକ୍ରମ କରିବ, ପ୍ରବାହରେ ଆଜି ଉତ୍ତର ଓଡ଼ିଶାରେ ସର୍ବାଧିକ ବର୍ଷା ହେବ ବୋଲି କହିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର।
ଆସନ୍ତାକାଲି ଉତ୍ତର ଓଡ଼ିଶାରେ ବର୍ଷା କମିଯିବ, ହେଲେ ପଶ୍ଚିମ ଓଡ଼ିଶାରେ ବର୍ଷା ହେବ। ଅନ୍ୟପଟେ ରାଜ୍ୟର ୧୨ଟି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଓ ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।