ଅଜଣା ଗାଡି ଧକ୍କାରେ ଝରାକଣ୍ଢଳ ପଂଚାୟତ ସମିତିସଭ୍ୟାଙ୍କ ମୃତ୍ୟୁ

ଦେବଗଡ ଜିଲ୍ଲା ବାରକୋଟ ବ୍ଲକ ଝରାକଣ୍ଢଳ ପଂଚାୟତର ସମିତିସଭ୍ୟା ତଥା ଖୁଲୁଣ୍ଡିକୁଦର ଗ୍ରାମର ସନ୍ତୋଷ କିସାନଙ୍କ ପତ୍ନୀ ଦ୍ରୌପଦୀ କିସାନଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି ।

ଗତକାଲି ବିଳମ୍ବିତ ରାତିରେ ଦ୍ରୌପଦୀ ଖୁଲୁଣ୍ଡିକୁଦର ଦେଇ ଯାଇଥିବା ରାସ୍ତା ଉପରେ ଛିଡା ହୋଇଥିଲେ । କୌଣସି ଏକ ଗାଡି ତାଙ୍କ ଉପରେ ମାଡି ଯାଇଥିବା ବେଳେ ଦ୍ରୌପଦୀଙ୍କ ଉଭୟ ଗୋଡ ଛିଣ୍ଡି ଯାଇ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ଦ୍ରୌପଦୀଙ୍କୁ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିବା ବେଳେ ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes