ଅଂଶୁ ଘାତରେ ଜଣଙ୍କର ମୃତ୍ୟୁ ସନ୍ଦେହ

କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଯମୁନାପଶି ଗ୍ରାମର ଜଣେ ବ୍ୟକ୍ତିମଙ୍ଗଳ ବାର ବିଲକୁ ଯାଇଥିବା ବେଳେ ବିଲରେ ଟଳି ପଡି ମୃତ୍ୟୁ ବରଣ କରିଛନ୍ତି ।ମୃତକ ଜଣକ ହେଉଛନ୍ତି ଉକ୍ତ ଗ୍ରାମର ରବୀନ୍ଦ୍ର ମୁଣ୍ଡା(୩୮) ସୂଚନା ଅନୁଯାୟୀ ସେ ମଙ୍ଗଳବାର ଦିନ ୧୦ ଟା ସମୟ ରେ ବିଲ କୁ କୌଣସି କାର୍ଯ୍ୟ ରେ ଯାଇଥିବା ବେଳେ ବିଲ ରେ ହଠାତ ଖସି ପଡ଼ିଥିଲେ ।

ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି କେନ୍ଦୁଝରଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ତୁରୁମୁଙ୍ଗା ଥାନା ଏ,ଏସ ଆଇ ଧନଞ୍ଜୟ ମୁର୍ମୁ କେନ୍ଦୁଝର ପହଁଚିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes