୨୦୦୬ରେ ଓଡ଼ିଶାର ପାତ୍ରପଡା କୋଲ ବ୍ଲକ ଆବଂଟନ ସଂକ୍ରାନ୍ତିୟ ମାମଲାରେ ଦିଲ୍ଲୀ ସିବିଆଇ କୋର୍ଟ ଆଧୁନିକ କର୍ପୋରେସନର ପ୍ରମୋଟର ଡାଇରେକ୍ଟର ନିର୍ମଳ କୁମାର ଅଗ୍ରୱାଲ ଓ ମହେଶ କୁମାର ଅଗ୍ରୱାଲଙ୍କୁ ଚାରିବର୍ଷ ସଶ୍ରମ କାରାଦଣ୍ଡାଦେଶ ଓ ତିରିଶ ଲକ୍ଷ ଟଙ୍କା ଜରିମାନା ଆଦେଶ ଦେଇଛନ୍ତି।
ଭୁଲ ତଥ୍ୟ ଦେଇ କୋଲ ବ୍ଲକ ହାତେଇଥିବା ଅଭିଯୋଗର ଯାଞ୍ଚ କରି ସିବିଆଇ ଚାର୍ଜସିଟ ଦାଖଲ କରିଥିଲା। ଆଧୁନିକ କର୍ପୋରେସନର ମୁଖ୍ୟ କାର୍ଯ୍ୟାଳୟ କଲିକତାରେ ରହିଥିବା ବେଳେ ଏହାର ପ୍ରମୋଟର ଡାଇରେକ୍ଟର ମଧ୍ୟ କଲିକତାରେ ରହିଥାନ୍ତି।