କବାଡ଼ିଆକୁ ବହି ବିକି ପ୍ରଧାନଶିକ୍ଷକ ନିଲମ୍ବିତ

ସୁନ୍ଦରଗଡ ଜିଲ୍ଲା ସର୍ଗିଗୁଡ଼ା ୟୁପି ସ୍କୁଲର ପ୍ରଧାନଶିକ୍ଷକ ଛନ୍ଦା ଚରଣ ସିଂହ ପିଲାଙ୍କ ବହି କବାଡ଼ିଆକୁ ବିକ୍ରି କରୁଥିବା ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି।

ବହି ବିକ୍ରି ନେଇ ଗତକାଲି ଖବର ପ୍ରସାରଣ ପରେ ତଦନ୍ତ କରି ପଦକ୍ଷେପ ନେଇଛନ୍ତି ବ୍ଲକ ଶିକ୍ଷା ଅଧିକାରୀ।

ଡିଇଓଙ୍କ ବିଭିନ୍ନ ସ୍କୁଲ ଲାଇବ୍ରେରୀ ପରିଦର୍ଶନ

ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡାରେ ଥିବା ନବଜ୍ୟୋତି ହାଇସ୍କୁଲ ତଥା ଅନ୍ୟ ସ୍କୁଲର ଲାଇବ୍ରେରୀ ଓ ବିଜ୍ଞାନ ପରୀକ୍ଷାଗାର ଆଜି ଡିଇଓ ଅମୂଲ୍ୟ ପ୍ରଧାନ ବୁଲି ଦେଖିଥିଲେ ।

ବହି ପଢା କାର୍ଯ୍ୟକ୍ରମରେ ଡିଇଓଙ୍କ ଯୋଗ ଦାନ

ଆଜି ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରୀପଡା ବ୍ଲକରେ ଆୟୋଜିତ ବହି ପଢା ଅଭିଯାନରେ ଜିଲ୍ଲା ଶିକ୍ଷା ଅଧିକାରୀ ଅମୂଲ୍ୟ ପ୍ରଧାନ ଯୋଗ ଦେବା ସହ ବର୍ତ୍ତମାନ ଡିଜିଟାଲ ଯୁଗରେ ବହି ପଢାର ଗୁରୁତ୍ଵ ଉପରେ କହିଥିଲେ।

କାରଖାନାରେ ଶ୍ରମିକ ମୃତ୍ୟୁ

ସୁନ୍ଦରଗଡ଼ ଜିଲ୍ଲାର ଏକ ସିମେଣ୍ଟ କାରଖାନାରେ ଲୁହା ଖମ୍ଭରେ ଚାପି ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଟ୍ରଲରରୁ ଲୁହା ଖମ୍ଭ ବାହାର କରୁଥିବା ବେଳେ ଅସାବଧାନତା ଯୋଗୁ ଲୁହା ଖମ୍ଭ କାର୍ଯ୍ୟରତ ଶ୍ରମିକ ଉପରେ ଖସିପଡିଥିଲା।

ଅସରାଏ ବର୍ଷା ପରେ ଲୋକଙ୍କୁ ଗରମରୁ ସାମାନ୍ୟ ଆସ୍ଵସ୍ଥି

ସୁନ୍ଦରଗଡ଼ ଜିଲ୍ଲାରେ ଅପରାହ୍ନରେ ଅସରାଏ ବର୍ଷା ପରେ ଲୋକଙ୍କୁ ଗରମରୁ ସାମାନ୍ୟ ଆସ୍ଵସ୍ଥି ମିଳିଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ଘଡ ଘଡି ସହ ବର୍ଷା ପରିଲକ୍ଷିତ ହୋଇଛି।

କୁରୁମେଲ(ମୁଣ୍ତାଢିପା)ଏ.ଡବ୍ଳ୍ୟୁ.ସି ବିଲଡିଙ୍ଗ ନିର୍ମାଣକୁ ନେଇ ଟେଣ୍ତର ବିଜ୍ଞପ୍ତି ପ୍ରକାଶ

ସୁନ୍ଦରଗଡ ଜିଲ୍ଲା ଲେଫ୍ରିପଡା ବ୍ଳକ କୁଲାବିରା ପଞ୍ଚାୟତ କୁରୁମେଲ(ମୁଣ୍ତାଢିପା)ଠାରେ ଏକ ଏ.ଡବ୍ଳ୍ୟୁ.ସି ବିଲଡିଙ୍ଗ ନିର୍ମାଣକୁ ନେଇ ଟେଣ୍ତର ବିଜ୍ଞପ୍ତି ପ୍ରକାଶ ପାଇଛି।

ଯାହାର ଅଟକଳ ପରିମାଣ‐୧୩,୮୬,୭୮୪ଟଙ୍କା ରହିଛି, ବିଡ ଆବେଦନର ଶେଷ ଦିନ ଅପ୍ରେଲ ୨୧ ରହିଛି।

Nuakhai wishes