ଭୁବନେଶ୍ୱରରେ ଦିନକରେ ମାତ୍ର 2 କରୋନା ଆକ୍ରାନ୍ତ ଚିହ୍ନଟ ଗତ

ଗତ 24 ଘଣ୍ଟାରେ ଭୁବନେଶ୍ୱରରେ 2 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 5 ଜଣ ସୁସ୍ଥ ହୋଇଛନ୍ତି l ଏବେ ରାଜଧାନୀରେ ମୋଟ 113 ଜଣ ସକ୍ରିୟ ରୋଗୀ ଅଛନ୍ତି l

ତମାଖୁ ନିୟନ୍ତ୍ରଣ ନୀତି ସୁଦୃଢ କରିବାକୁ ସାଂସଦମାନଙ୍କ ଆହ୍ୱାନ

କୋଆଲିସନ୍ ଫର ଟବାକୋ ଫ୍ରି ଓଡିଶା ଅନୁକୂଲ୍ୟରେ ଭୁବନେଶ୍ୱର ଠାରେ ଆଜି ଆୟୋଜିତ ଆଲୋଚନାଚକ୍ରରେ ସାଂସଦମାନେ ଯୋଗଦେଇ ଦେଶ ତଥା ରାଜ୍ୟରେ ତମାଖୁ ସେବନକୁ ନିୟବଣ କରିବା ପାଇଁ ଗୁରୁତ୍ୱର ସହ ପଦକ୍ଷେପ ନେବା ଦିଗରେ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କୁ ଆହ୍ୱାନ ଦେଇଥିଲେ ।

ଏହି ପ୍ୟାନେଲରେ ରାଜ୍ୟସଭା, ସାଂସଦ ପ୍ରଶାନ୍ତ କୁମାର ନନ୍ଦ, ମିଜବୁଲ୍ଲା ଖାନ୍‌, ସୁଜିତ କୁମାର, ଖଲ୍ଲିକୋଟ୍ ବିଶ୍ୱବିଦ୍ୟାଳୟର ଭିସି, ପ୍ରଫୁଲ୍ଲ କୁମାର ମହାନ୍ତି, ସୁପ୍ରିମକୋର୍ଟ ଆଇନଜୀବି, ରଞ୍ଜିତ କୁମାର ସିଂ, ଓଙ୍କୋଲୋଜିଷ୍ଟ୍‌, ଏଚ୍‌ସିଜି ପଣ୍ଡା କର୍କଟ ହସ୍ପିଟାଲ, ଡ.କୃପାସିନ୍ଧୁ ପଣ୍ଡା, ଶିକ୍ଷାବିତ୍ ଡ. ମୀନାକ୍ଷୀ ପଣ୍ଡା ଏବଂ ପିକକ୍‌ର ସମ୍ପାଦକ ରଞ୍ଜନ କୁମାର ମହାନ୍ତି ଯୋଗଦେଇଥିଲେ ।

୧୨ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ

ଆଜି ସୋନପୁରରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା 43.2 ଡିଗ୍ରୀ ଥିବା ବେଳେ ବୌଦ୍ଧରେ 42, ପାରଳାଖେମୁଣ୍ଡିରେ 41, ଟିଟିଲାଗଡ଼ରେ 40.5, ଛତ୍ରପୁରରେ 40, ବଲାଙ୍ଗୀରରେ 42.4, ଭବାନୀପାଟଣାରେ 40.6, ହୀରାକୁଦରେ 40.3, ସମ୍ବଲପୁରରେ 40.8, ଝାରସୁଗୁଡାରେ 42.9, ବାରିପଦାରେ 40, ଅନୁଗୁଳରେ 43.1 ଡିଗ୍ରୀ ରହିଛି l

ଓଡ଼ିଶା ଗସ୍ତରେ ଆପ୍ ପ୍ରଭାରୀ ବିରେନ୍ଦ୍ର ସିଂ କାଡିଆନ

ଚାରିଦିନିଆ ଓଡ଼ିଶା ଗସ୍ତରେ ନବ ନିଯୁକ୍ତ ଆପ୍ ପ୍ରଭାରୀ ଶ୍ରୀ ବିରେନ୍ଦ୍ର ସିଂ କାଡିଆନ ଆସିଛନ୍ତି l

ଆଜି ଅପରାହ୍ନରେ ଆପ ଓଡ଼ିଶା ପ୍ରମୁଖ ସଦସ୍ୟ ନିଶିକାନ୍ତ ଓ ସାଥୀ କର୍ମକର୍ତ୍ତା ତାଙ୍କୁ ଭୁବନେଶ୍ୱର ବିମାନବନ୍ଦରରେ ସ୍ୱାଗତ କରିବା ସହିତ ବହୁତ ଉତ୍ସାହିତ ଅଛନ୍ତି l

ଉଦ୍ଧାର ଅଣ୍ଡାରୁ ୧୬ଟି ଗୋଧି ଛୁଆ ଜନ୍ମ

ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଅନ୍ତର୍ଗତ ଷଠିଲୋ ଗ୍ରାମର ବଳଭଦ୍ର ପତିଙ୍କ ଫାର୍ମ ହାଉସରୁ ୫ ସେପ୍ଟେମ୍ବର ୨୦୨୧ରେ ୧୬ଟି ଅଜଣା ଅଣ୍ଡା ଉଦ୍ଧାର ହୋଇଥିଲା । ସେହି ଅଣ୍ଡା ଗୁଡ଼ିକରୁ ୧୬ଟି ଗୋଧି ଛୁଆ (ବେଙ୍ଗଲ ମନିଟର) ଜନ୍ମ ନେଇଛନ୍ତି ।

ଶ୍ରୀ ପତିଙ୍କ ଘରକାମ ପାଇଁ ମାଟି ଖୋଳିବା ବେଳେ ଶ୍ରମିକମାନେ ଅଣ୍ଡାଗୁଡ଼ିକୁ ଉଦ୍ଧାର କରିଥିଲେ । ନିକଟରେ କୌଣସି ପ୍ରାଣୀଙ୍କୁ ନପାଇ ଶ୍ରୀ ପତି ଖୋର୍ଦ୍ଧା ଜିଲ୍ଲା ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଳିକଙ୍କୁ ଜଣାଇଥିଲେ ।

ଉତ୍କଳ ସମ୍ମିଳନୀ ପକ୍ଷରୁ ବିଜୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି

ପ୍ରବାଦ ପୁରୁଷ ବିଜୁବାବୁଙ୍କ ୨୫ତମ ପୂଣ୍ୟତିଥି ଅବସରରେ ଉତ୍କଳ ସମ୍ମିଳନୀ ପକ୍ଷରୁ ଫରେଷ୍ଟ ପାର୍କ ସ୍ଥିତ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ସ୍ମୃତିଚାରଣ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି l

ଉତ୍କଳ ସମ୍ମିଳନୀ ମଞ୍ଚେଶ୍ୱର ଶାଖା ସଭାପତି ଦିଲ୍ଲୀପ ଦାଶଶର୍ମାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କର୍ପୋରେଟର ପ୍ରଭାସିନୀ ମହାନ୍ତି ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ l

ଅକ୍ଟୋବରରେ ରିଲିଜ ହେବ ମାନ୍ୟତା

ସାମାଜିକ କୁସଂସ୍କାର କଥାବସ୍ତୁ ଉପରେ ଆଧାରିତ ଚଳଚିତ୍ର ମାନ୍ୟତା ଆସନ୍ତା ଅକ୍ଟୋବରରେ ରିଲିଜ ପାଇଁ ଯୋଜନା ରହିଥିବା ବେଳେ ବିକ୍ୟୁବ୍ ଏଣ୍ଟରଟେନମେଣ୍ଟ ପକ୍ଷରୁ ପ୍ରଯୋଜକ ବିକାଶ ଚନ୍ଦ୍ର ପଟ୍ଟନାୟକଙ୍କ ଦ୍ବାରା ପ୍ରସ୍ତୁତ ଏହି ଚଳଚିତ୍ରରେ ରଞ୍ଜନ ମିଶ୍ର ନିଦେର୍ଶନା ଦେଇଛନ୍ତି l

ଚିନ୍ମୟ ଦାଶ ପଟ୍ଟନାୟକ ଚିତ୍ରନାଟ୍ୟ ଓ ସଂଳାପ, କାହାଣୀ ପ୍ରଭାସିନୀ ପାଟ୍ଟଯୋଶୀ ଲେଖିଛନ୍ତି l ଯଜ୍ଞ ଦାଶ ସଙ୍ଗୀତ, ପଞ୍ଚାନନ ନାୟକ ଗୀତ ରଚନା କରିଥିଲାବେଳେ ଶିବ ରଥ ଗାଇଛନ୍ତି l

ଜୟଦେବ ନିର୍ବାଚନ ମଣ୍ଡଳୀରେ ବିଜୁବାବୁଙ୍କ ଶ୍ରାଦ୍ଧ ଦିବସ

ପ୍ରବାଦ ପୁରୁଷ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୨୫ତମ ଶ୍ରାଦ୍ଧ ଦିବସରେ ଜୟଦେବ ନିର୍ବାଚନ ମଣ୍ଡଳୀର ଉଭୟ ବାଲିଅନ୍ତା ଓ ବାଲିପାଟଣା ବ୍ଲକରେ ତାଙ୍କ ଶ୍ରାଦ୍ଧ ଦିବସ ପାଳନ ହୋଇଛି।

ଶହ ଶହ ସଂଖ୍ୟାରେ ଲୋକେ ବାଇକ ରାଲିରେ ଆସି ବାଲିପାଟଣା ହାଟ ନିକଟରେ ଥିବା ପ୍ରତିମୂର୍ତ୍ତି ଓ ସୁଦୂଷଢଙ୍ଗୀ ଗ୍ରାମ ନିକଟରେ ଥିବା ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳି ଦେଇଥିଲେ।

ମଦୁଆ ଡ୍ରାଇଭରଙ୍କ ଉପରେ ପୁଲିସର ଚଢ଼ାଉ

ଗତକାଲି ପୁଲିସ ରାଜ୍ୟବ୍ୟାପୀ ମଦୁଆ ଡ୍ରାଇଭରଙ୍କ ଉପରେ ଚଢ଼ାଉ କରି 251 ଜଣ ନିଶାଗ୍ରସ୍ତ ଡ୍ରାଇଭରଙ୍କୁ ଚିହ୍ନଟ କରାଯାଇଥିବା ଏସଟିଏ ପକ୍ଷରୁ କୁହାଯାଇଛି l

138ଟି ଡ୍ରାଇଭିଂ ଲାଇସେନ୍ସ ବାତିଲ କରାଯାଇଥିବା ବେଳେ 231 ଟି ଗାଡି ଜବତ ହୋଇଛି ଏବଂ 216 ଜଣ ଡ୍ରାଇଭରଙ୍କୁ ଗିରଫ କରାଯାଇଛି।

Nuakhai wishes