ଝାରସୁଗୁଡା ବିମାନ ବନ୍ଦରରେ ଆମ୍ବୁଲଫ୍ଟ ଆରମ୍ଭ

ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ ଦ୍ୱାରା ବିମାନ ଚଢ଼ିବାରେ ଅସୁବିଧା ଥିବା ଯାତ୍ରୀ ମାନଙ୍କୁ ସହାୟତା କରିବାକୁଝାରସୁଗୁଡା ବିମାନ ବନ୍ଦର ଠାରେ ଆମ୍ବୁଲଫ୍ଟ ବ୍ୟବସ୍ଥା କରାଯାଇଛି ।

ଗୋଟିଏ ଆମ୍ବୁଲିଫ୍ଟରେ ୬ଟି ହ୍ବିଳଚେୟାର ,୨ଟି ଷ୍ଟ୍ରେଚର ସହିତ ଜଣେ ଆଟେଣ୍ଡାଣ୍ଟ ଯାଇପାରିବେ ବୋଲି ଏଏଆଇ ପକ୍ଷରୁ ସୂଚନା ।

ଜିଲ୍ଲା ସ୍ତରୀୟ ଡ. ବି ଆର ଆମ୍ବେଦକର ଜୟନ୍ତୀ ପାଳନ

ଝାରସୁଗୁଡ଼ାରେ ଜିଲ୍ଲା ସ୍ତରୀୟ ଡ. ବି .ଆର . ଆମ୍ବେଦକର ଜୟନ୍ତୀ ଜିଲ୍ଲା ଖଣିଜ ପାଣ୍ଠି ପ୍ରତିଷ୍ଠାନ ସମ୍ମିଳନୀ କକ୍ଷରେ ପାଳନ କରାଯାଇଛି ।

ଏହି ଅବସରରେ ଡ. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଓ ଫଟୋଚିତ୍ରରେ ମାଲ୍ୟାର୍ପଣ ପୂର୍ବକ ତାଙ୍କର ସ୍ମୃତି ଚାରଣ କରାଯାଇଥିଲା । ଜଣେ ସମାଜ ସୁଧାରକ ,ବିଶିଷ୍ଟ ଅର୍ଥନୀତିଜ୍ଞ , ଆଇନଜୀବୀ , ରାଜନେତା ଭାବରେ ସେ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସଥିଲେ ବୋଲି ଆୟୋଜିତ ସଭାରେ ବକ୍ତାମାନେ ମତ ବ୍ୟକ୍ତ କରିଥିଲେ ।

Nuakhai wishes