ଜାତିଆଣ ଆକ୍ଷେପ ମାମଲାରେ ଅଭିନେତ୍ରୀ ବର୍ଷାଙ୍କୁ ଅନ୍ତରୀଣ ସୁରକ୍ଷା

ସ୍ୱାମୀ ଅନୁଭବ ମହାନ୍ତିଙ୍କ କର୍ମଚାରୀଙ୍କ ପ୍ରତି ଜାତିଆଣ ଆକ୍ଷେପ ଦେଇଥିବା ନେଇ ଦିଲ୍ଲୀରେ ହୋଇଥିବା ଏକ ମାମଲାରେ ଆଜି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ହାଇକୋର୍ଟ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି l
ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା 8 ତାରିଖରେ ଅନୁଷ୍ଠିତ ହେବ l

ପାରାଦୀପ ବନ୍ଦରର ଇଞ୍ଜିନିଅର ଓ ଠିକାଦାରଙ୍କୁ ସିବିଆଇର ଜେରା(ଅପଡେଟ)

ବିଶିଷ୍ଟ ଶିଳ୍ପପତି ମହିମା ମିଶ୍ରଙ୍କ କଟକ ଓ ପାରାଦୀପ ସ୍ଥିତ ବାସଭବନ ଏବଂ ତାଙ୍କ ସଂସ୍ଥା ଓଡିଶା ଷ୍ଟିଭେଡର୍ସ ଲିମିଟେଡ଼ର କାର୍ଯ୍ୟାଳୟରେ ଆଜି ସକାଳୁ ସିବିଆଇର ଏକାଧିକ ଟିମ ଚଢ଼ାଉ ଜାରି ରଖିଛନ୍ତି l ଠିକା କାମରେ ଲାଞ୍ଚ କାରବାରକୁ ନେଇ ଏହି ଚଢ଼ାଉ ହୋଇଥିବା କୁହାଯାଇଛି l
ଏଥିସହ ପାରାଦୀପ ବନ୍ଦରର ଚିଫ ମେକାନିକାଲ ଇଞ୍ଜିନିୟର ସରୋଜ ଦାଶ ଏବଂ ଜଣେ ଠିକାଦାରଙ୍କୁ ମଧ୍ୟ ସିବିଆଇ ଉଠାଇ ନେଇ ସ୍ଥାନୀୟ ଏକ ଗେଷ୍ଟ ହାଉସରେ ଦୀର୍ଘ ସମୟ ଧରି ଜେରା କରୁଥିବା ଜଣାପଡିଛି l

ଧାରାବାହିକ ସୁଟିଂ ସେଟରେ କର୍ମଚାରୀଙ୍କ ଆତ୍ମହତ୍ୟା

କଟକ ସେକ୍ଟର -9 ସ୍ଥିତ ଏକ ଧାରାବାହିକ ସୁଟିଂ ସେଟରେ ଆଜି ଜଣେ କର୍ମଚାରୀ ଆତ୍ମହତ୍ୟା କରିଥିବା ଜଣାପଡିଛି l ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛି l

ଶିଳ୍ପପତି ମହିମା ମିଶ୍ରଙ୍କ ଘର ଓ କାର୍ଯ୍ୟାଳୟରେ ସିବିଆଇ ଚଢ଼ାଉ

ବିଶିଷ୍ଟ ଶିଳ୍ପପତି ମହିମା ମିଶ୍ରଙ୍କ ପାରାଦୀପ ଓ କଟକ ସ୍ଥିତ ଓଏସଏଲ କାର୍ଯ୍ୟାଳୟ ଏବଂ ତାଙ୍କ ବାସଭବନରେ ଆଜି ସକାଳୁ ଏକକାଳୀନ ସିବିଆଇ ଚଢ଼ାଉ ଚାଲିଥିବା ଜଣାପଡିଛି l
ପାରାଦୀପ ବନ୍ଦରର ଜଣେ ବରିଷ୍ଠ ଇଞ୍ଜିନିୟରଙ୍କୁ ମଧ୍ୟ ସିବିଆଇ ଉଠାଇ ନେଇ ଗେଷ୍ଟ ହାଉସରେ ଜେରା କରାଯାଉଛି l

ଏସସିବିରେ ଲାଞ୍ଚ ନେଉଥିବା ବେଳେ ସିକ୍ୟୁରିଟି ଗାର୍ଡ ଗିରଫ

କଟକ ବଡ଼ ମେଡ଼ିକାଲରେ ଆଜି ଜଣେ ରୋଗୀଙ୍କର ଶୀଘ୍ର ଅଲଟ୍ରାସାଉଣ୍ଡ କରାଇଦେବାକୁ କହି 14 ଶହ ଟଙ୍କା ଲାଞ୍ଚ ନେଉଥିବା ବେଳେ ମେଡିକାଲର ଜଣେ କର୍ମଚାରୀ ଓ ଜଣେ ସିକ୍ୟୁରିଟି ଗାର୍ଡ ଆଜି ଗିରଫ ହୋଇଥିବା ପୁଲିସ କହିଛି l

Nuakhai wishes