ପଞ୍ଚାୟତ ସମିତି କାର୍ଯ୍ଯାଳୟକୁ ଯାନ ଭଡା ସକାଶେ ଟେଣ୍ତର ବିଜ୍ଞପ୍ତି
ଅନୁଗୁଳ ଜିଲ୍ଲା ଅନୁଗୁଳ ପଞ୍ଚାୟତ ସମିତି କାର୍ଯ୍ଯାଳୟକୁ ଗୋଟିଏ ଯାନ ଭଡା ସକାଶେ ଟେଣ୍ତର ବିଜ୍ଞପ୍ତି ପ୍ରକାଶ ପାଇଛି।
ଆଶାୟୀ ମଇ ମାସ ୦୬ ତାରିଖ ଭିତରେ ବିଡ ଆବେଦନ କରିପାରିବେ।
Credible Local News of Odisha
ଅନୁଗୁଳ ଜିଲ୍ଲା ଅନୁଗୁଳ ପଞ୍ଚାୟତ ସମିତି କାର୍ଯ୍ଯାଳୟକୁ ଗୋଟିଏ ଯାନ ଭଡା ସକାଶେ ଟେଣ୍ତର ବିଜ୍ଞପ୍ତି ପ୍ରକାଶ ପାଇଛି।
ଆଶାୟୀ ମଇ ମାସ ୦୬ ତାରିଖ ଭିତରେ ବିଡ ଆବେଦନ କରିପାରିବେ।
ଅନୁଗୁଳ ଜିଲ୍ଲା ତାଳଚେର ବନାଞ୍ଚଳ ଅନ୍ତର୍ଗତ ହିଲୋଇ ଗ୍ରାମରେ ବିଳମ୍ବିତ ରାତିରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି।
ହିଲୋଇ ଗ୍ରାମର ବଚନ ବେହେରା ନାମକ ବୃଦ୍ଧା ନିଜ ଘରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ ଏକ ଜଙ୍ଗଲି ହାତୀ ତାଙ୍କୁ ଆକ୍ରମଣ କରିଥିଲା l ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ନିଆ ଯାଇ ଥିଲେ ସୁଦ୍ଧା ତାଙ୍କ ମୃତ୍ୟୁ ହୋଇଥିଲା।
ନାଲ୍କୋର ଉତ୍କଳ-ଡି କୋଲ ବ୍ଲକ୍ ପାଇଁ ଛେଣ୍ଡିପଦାର ରାଇଝରଣ ଗ୍ରାମବାସୀଙ୍କୁ ନେଇ କମ୍ପାନୀ କର୍ତ୍ତୃପକ୍ଷ ଓ ଅନୁଗୋଳ ଜିଲ୍ଲା ପ୍ରଶାସନର ଏକ ତ୍ରିପାକ୍ଷିକ ବୈଠକ ଅତିରିକ୍ତ ଉପଜିଲ୍ଲାପାଳ ଶ୍ରୀ ବଇତୁରା ଦିପଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
ଏହି ବୈଠକରେ ରାଇଝରଣ ଗ୍ରାମର ଜମିହରା ପ୍ରଜାଙ୍କର ଥଇଥାନ ଓ ବିସ୍ଥାପନ ସମ୍ପର୍କରେ ଗ୍ରାମବାସୀମାନଙ୍କ ସହ ଆଲୋଚନା ହୋଇଥିଲା । ରାଜ୍ୟ ସରକାରଙ୍କ ଥଇଥାନ ଓ ବିସ୍ଥାପନ ନୀତି ଅନୁଯାୟୀ ଗ୍ରାମବାସୀଙ୍କୁ ସହାୟତା ଯୋଗାଇ ଦିଆଯିବ ବୋଲି ଅତିରିକ୍ତ ଉପ ଜିଲ୍ଲାପାଳ ପ୍ରକାଶ କରିଛନ୍ତି ।
ଲିଙ୍ଗରାଜ କୋଇଲାଖଣିର କର୍ମଚାରୀ ତଥା ତାଳଚେର ବ୍ଲକ୍ କଣ୍ଢାଳ ପଞ୍ଚାୟତ ଅନ୍ତର୍ଗତ ବାଲୁଙ୍ଗା ଗ୍ରାମର ବାସିନ୍ଦା ଧର୍ମେନ୍ଦ୍ର ପ୍ରଧାନ(ଦିଲୁ)ଙ୍କର ଆଜି ଚିକିତ୍ସିତ ଅବସ୍ଥାରେ ୪୭ବର୍ଷ ବୟସରେ ପରଲୋକ ଘଟିଛି l
ତାଙ୍କ ଅକାଳ ବିୟୋଗରେ ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ, ଯୁବ ବିଜେପି ନେତା ମନୋଜ କୁମାର ପ୍ରଧାନ, ଯଯାତି ପଟ୍ଟନାୟକଙ୍କ ସମେତ ବିଜେପି, ବିଏମଏସର କାର୍ଯ୍ୟକର୍ତ୍ତାମାନେ ତାଙ୍କ ବାସଭବନରେ ପହଞ୍ଚି ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି l
ଆଜି ଅନୁଗୁଳରେ ତାପମାତ୍ରା 42.1 ଡିଗ୍ରୀ ଥିବା ବେଳେ ତାଳଚେରରେ ରହିଛି 40.3 ଡିଗ୍ରୀ l
ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଅନ୍ତର୍ଗତ ଅସୁରୁବାହାଲ ଗ୍ରାମରେ ଆଜି ବଇଣ୍ଡା ଅବକାରୀ ବିଭାଗ ପକ୍ଷରୁ ଚଢାଉ କରି ଗ୍ରାମର ସେବତୀ ମାଝୀ ଓ ରଶ୍ମିନି ଦେହୁରୀଙ୍କ ପାଖରୁ ୧୭ ଲିଟର ଦେଶୀ ମହୁଲି ମଦ ଓ ୫୦ କେଜି ମହୁଲ ପୋଚ ଜବତ କରିଛି।
ଦୁଇ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।
ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଳକ ଅଧିନସ୍ଥ ମାଣିକଯୋଡି ପଞ୍ଚାୟତ ସିଟିକୋଇଲି ପୋଲ ଭାଙ୍ଗିଯାଇଥିବାରୁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଓଡିଶା ଲୋକାଲରେ ଖବର ପ୍ରସାରିତ ହେବା ପରେ ଆଜି ସ୍ଥାନୀୟ ବିଧାୟକ ସ୍ଥିତି ଅନୁଧ୍ୟାନ କରିବା ସହ ଖୁବଶୀଘ୍ର ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି କହିଥିବା ଗ୍ରାମର ଜଣେ ବ୍ଯକ୍ତି କହିଛନ୍ତି।
ପରିବହନ ଜନିତ ସମସ୍ୟା ଯୋଗୁଁ ନାଲକୋରେ କୋଇଲା ସଙ୍କଟ ଦେଖା ଦେଇଥିବା ନେଇ ହୋଇଥିବା ଏକ ମାମଲାର ଶୁଣାଣି କରି ଆଜି ହାଇକୋର୍ଟ ତୁରନ୍ତ ଦୈନିକ ନାଲକୋକୁ ଚାରୋଟି ଲେଖାଏଁ ରେଳ ରେକ ଯୋଗାଇଦେବାକୁ ରେଳବାଇକୁ ନିର୍ଦ୍ଦେଶ ଦେଇଛନ୍ତି l
ଏହି ଚାରୋଟି ରେକରେ ଦୈନିକ ଭରତପୁର ମାଇନ୍ସରୁ ନାଲକୋର ଅନୁଗୁଳ ପ୍ଲାଣ୍ଟକୁ କୋଇଲା ପରିବହନ ହେବ l
ଆଜି ଅନୁଗୁଳରେ ତାପମାତ୍ରା 39.1 ଡିଗ୍ରୀ ଥିବା ବେଳେ ତାଳଚେରରେ ଅଛି 35.6 ଡିଗ୍ରୀ l
ଅନୁଗୁଳ ଜିଲ୍ଲା ଛେଣ୍ଡିପଦା କଙ୍କରେଇ ଗ୍ରାମ ନିକଟରୁ ଆଜି ଛେଣ୍ଡିପଦା ପୁଲିସ ଏକ ବେଆଇନ କୋଇଲା ବୋଝେଇ ମିନି ଟ୍ରକ ଜବତ କରିଛି।
ଏଥିରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ବୋଲି ପୋଲିସ ସୁତ୍ରରୁ ସୂଚନା ମିଳିଛି।