ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଖନନକୁ ସଂସଦୀୟ କମିଟିର ନାପସନ୍ଦ

ଆଜି କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ସଂସଦୀୟ କମିଟି ପୁରୀ ଗସ୍ତରେ ଆସି ବିବାଦୀୟ ହୋଇଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଖନନ କାମର ଅନୁଧ୍ୟାନ କରିଥିଲେ l

ଏହି ସମୟରେ କମିଟିର ସଦସ୍ୟ ଶମ୍ଭାଜି ଛତ୍ରପତି କହିଥିଲେ, ରାଜ୍ୟ ସରକାର ଭକ୍ତଙ୍କ ସୁବିଧା ପ୍ରତି ଗୁରୁତ୍ୱ ଦେବା ଉଚିତ l କିନ୍ତୁ ପ୍ରକଳ୍ପ ନିର୍ମାଣର କୌଣସି ଖନନ କାର୍ଯ୍ୟ ଏଏସଆଇ ପରାମର୍ଶରେ ହେବା ଉଚିତ l

ବିସ୍ତୃତ ତଥ୍ୟ ରଖିବା ପାଇଁ ହାଇକୋର୍ଟରେ ସମୟ ନେଲା ଏଏସ୍ଆଇ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ବେଆଇନ ଖନନ ଅଭିଯୋଗ ମାମଲାରେ ବିସ୍ତୃତ ତଥ୍ୟ ରଖିବା ପାଇଁ ହାଇକୋର୍ଟରେ ସମୟ ନେଇଛି ଏଏସ୍ଆଇ।

ରାଜ୍ୟ ସରକାର ଓ ଏଏସ୍ଆଇ ବିଶେଷଜ୍ଞ ଟିମ୍ ମିଳିତ ପରିଦର୍ଶନ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ମେ ୧୬ରେ ମାମଲାର ପରବର୍ତ୍ତୀ ଶୁଣାଣି ନେଇ ଦିନ ଧାର୍ଯ୍ୟ ହୋଇଛି। ଶ୍ରୀମନ୍ଦିର ପରିସରରେ ବେଆଇନ ଖନନ ନେଇ ଦିଲ୍ଲୀପ ବରାଳଙ୍କ ପକ୍ଷରୁ ମାମଲା ହୋଇଛି।

ଆଜି ଶ୍ରୀମନ୍ଦିର ଆସୁଛନ୍ତି ପାର୍ଲାମେଣ୍ଟାରୀ ଷ୍ଟାଣ୍ଡିଙ୍ଗ କମିଟି

ଏହି କମିଟିରେ ୧୬ ଜଣ ସଦସ୍ୟ ଓ ୬ଜଣ ଅଫିସିଆଲ ଥିବାବେଳେ ଏମାନଙ୍କ ସହ ଏଏସଆଇ ଅତିରିକ୍ତ ଡିଜି ଆଲୋକ ତ୍ରିପାଠୀ ମଧ୍ୟ ଉପସ୍ଥିତ ରହିବେ।

କମିଟି ରାସ୍ତା, ପର୍ଯ୍ୟଟନ ଓ ସଂସ୍କୃତି ଆଦିର ଅନୁଧ୍ୟାନ କରିବ।

ରାଷ୍ଟ୍ରୀୟ ସମ୍ମାନ ସହ ପ୍ରଫୁଲ୍ଲ କରଙ୍କ ଶେଷ କୃତ୍ୟ ସମ୍ପନ୍ନ

ବିଶିଷ୍ଟ ସଙ୍ଗୀତଜ୍ଞ ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କର ଗତକାଲି ରାତିରେ ପରଲୋକ ହୋଇଥିବା ବେଳେ ଆଜି ଅପରାହ୍ନରେ ପୁରୀ ସ୍ବର୍ଗଦ୍ୱାରରେ ରାଷ୍ଟ୍ରୀୟ ସମ୍ମାନ ସହ ଗାର୍ଡ ଅଫ ଅନର ଦିଆଯିବା ପରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି l

ତାଙ୍କ ବଡ଼ ପୁଅ ମହାଦୀପ କର ମୁଖାଗ୍ନି ଦେଇଥିଲେ l ରାଜ୍ୟ ସରକାରଙ୍କ ପକ୍ଷରୁ ମନ୍ତ୍ରୀ ପ୍ରତାପ ଜେନା ଓ ସମୀର ଦାଶଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ l

ଆଜି ପୂର୍ବାହ୍ନରେ ପୁରୀରେ ୩୧.୮ ଡ଼ିଗ୍ରୀ ତାପମାତ୍ରା ରେକର୍ଡ

ଆଜି ଦିନ ୧୧.୩୦ ସୁଦ୍ଧା ପୁରୀରେ ୩୧.୮ ଡ଼ିଗ୍ରୀ ଦିନ ତାପମାତ୍ରା ରେକର୍ଡ ହୋଇଥିବା ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଡାକ୍ତରଖାନାରେ ଭର୍ତ୍ତି

ପୁରୀ ସହରର ଦଇତାପଡା ସାହିରେ ଜଣେ ଯୁବକଙ୍କ ଉପରେ ଗତକାଲି ରାତିରେ ପୂର୍ବ ଶତ୍ରୁତାରୁ ମରଣାନ୍ତକ ଆକ୍ରମଣ କରାଯାଇଛି l

ଯୁବକଙ୍କୁ ପ୍ରଥମେ ପୁରୀ ଏବଂ ପରେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି l

Nuakhai wishes