ମା’ଙ୍କ ବାର୍ଷିକ ଉତ୍ସବରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ରାଧାକୁଞ୍ଜ ସାହି ମା’ ତାରିଣୀଙ୍କ ପୀଠରେ ଆଜି ମା’ଙ୍କ ବାର୍ଷିକ ଉତ୍ସବରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଛି।

ଏହି ସଭାରେ ନଗରପାଳ ଧର୍ମାନନ୍ଦ ପରିଡ଼ା ଭାଇ, ଉପ ନଗରପାଳ ଶକୁନ୍ତଳା ସେଠୀ, କାମାକ୍ଷା ନଗର ବ୍ଲକ୍ ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁ, କନପୁରା ସରପଞ୍ଚ ସତ୍ୟଜିତ ରାଉତ, ଜିଲ୍ଲାପରିଷଦ ସଭ୍ୟା ଦୀପ୍ତିମୟୀ ବିଶ୍ୱାଳ ଆଦି ଯୋଗ ଦେଇଥିଲେ।

ଶିକ୍ଷକଙ୍କ ବଦଳି ପ୍ରତିବାଦରେ ଗେଟରେ ତାଲା ପକାଇଲେ ଛାତ୍ରଛାତ୍ରୀ

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ବାଲିବୋ ଗ୍ରାମର ଉପ୍ରା ସ୍କୁଲରେ ଜଣେ ଲୋକପ୍ରିୟ ଶିକ୍ଷକ ସୁମନ୍ତ ବେହେରାଙ୍କୁ ବଦଳି ପ୍ରତିବାଦରେ ଆଜି ବିଦ୍ୟାଳୟ ଗେଟରେ ତାଲା ପକାଇ ଅଭିଭାବକ ଓ ବିଦ୍ୟାର୍ଥୀମାନେ ଆନ୍ଦୋଳନ କରିଛନ୍ତି।

ଅବକାରୀ ବିଭାଗର ଚଢ଼ାଉ, ୮୦୦ ଲିଟର ଦେଶୀ ମଦ ଜବତ

ଢେଙ୍କାନାଳ ଜିଲ୍ଲା ଗଂଦିଆ ଅବକାରୀ ବିଭାଗ ଦ୍ୱାରା ତଳକାଶୀପୁର ଏବଂ ଦୌଡେଶ୍ୱର ବାଲିଘାଟ ଅଞ୍ଚଳରେ ଆଜି ଅଚାନକ ଚଢ଼ାଉ କରି ବିପୁଳ ପରିମାଣର ମହୁଲ ପୋଚ ଏବଂ ୮୦୦ଲିଟର ଦେଶୀ ମଦ ଜବତ କରିଛନ୍ତି ।

ବିଜୁ ବାବୁଙ୍କ ତିରୋଧାନ ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

ଢେଙ୍କାନାଳ ଜିଲ୍ଲା ବିଜେଡି କାର୍ଯ୍ୟାଳୟରେ ଆଜି ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।

ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସାସଂଦ ମହେଶ ସାହୁ ବିଧାୟକ ନୃସିଂହ ଚରଣ ସାହୁ ଓ ଅନେକ ଦଳିୟ କର୍ମ କର୍ତ୍ତା ଉପସ୍ଥିତ ଥିଲେ।

ଗଦାଶିଳା ଜଙ୍ଗଲରେ ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷୟକ୍ଷତି

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଳକ ଅନ୍ତର୍ଗତ ଗଦାଶିଳା ଜଙ୍ଗଲରେ ଆଜି ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷୟକ୍ଷତି ହୋଇଛି।

ବନ ବିଭାଗ ଖବର ପାଇ ନିଆଁ ଲିଭାଇବା ପାଇଁ ପ୍ରୟାସ ଜାରି କରିଛନ୍ତି।

ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ମିଶ୍ରଣ ପର୍ବ

ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗରେ ଆଜି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତି ରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି ।

ଏହି ଅବସରରେ ବହୁ ବିଜେଡି ଓ ବିଜୁ ଜନତା ଦଳର କର୍ମୀ ମାନେ ବିଜେପିରେ ଯୋଗଦାନ କରିଥିଲେ

ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି କେନ୍ଦ୍ର ମନ୍ତ୍ରୀ

ଢ଼େଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କନ୍ଦରସିଂହା ଠାରେ ଆଜି ଭାରତୀୟ ସମ୍ବିଧାନର ନିର୍ମାତା ଓ ସାମାଜିକ ନ୍ୟାୟର ପ୍ରଣେତା ଭାରତରତ୍ନ ବାବାସାହେବ ଡକ୍ଟର ବି.ଆର୍ ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ ତାଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଦଳିତ ଘରେ ମଧ୍ୟାହ୍ନ ଭୋଜନ କଲେ କେନ୍ଦ୍ରମନ୍ତ୍ରୀ

ଢ଼େଙ୍କାନାଳ ଜିଲ୍ଲା ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ପର୍ଜଙ୍ଗ ବ୍ଲକ ଜହ୍ନାପଡ଼ା ଗ୍ରାମର ଦଳିତ ପରିବାର ଶରତ ନାଏକଙ୍କ ଘରେ ମଧ୍ୟାହ୍ନ ଭୋଜନ କରିଛନ୍ତି।

ଜଳିଗଲ ଦୋକାନ ଘର

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏନ୍.ଏ.ସି ଟାଉନ ହନୁମାନ ବଜାର ସ୍ଥିତ ଯଦୁ ମହାକୁଡ଼ଙ୍କ ଦୋକାନ ଘରଟି ବିଜୁଳି ସର୍ଟ ସର୍କିଟ ଯୋଗୁଁ ଆଜି ଜଳିପୋଡି ଛାରଖାର ହୋଇଯାଇଥିବା ସେ କହିଛନ୍ତି।

ଖବର ପାଇ କାମାକ୍ଷାନଗର ଏନ୍.ଏ.ସି ନଗରପାଳ ପହଞ୍ଚି ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବେ ବୋଲି କହିଛନ୍ତି।

ସନ ସାଇନ କ୍ଳବ ପକ୍ଷରୁ ଥଣ୍ଡା ପାନୀୟ ଜଳ ବଣ୍ଟନ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ନବକିଶୋରପୁର ଠାରେ ଆଜି ଗ୍ରାମର ସନ ସାଇନ କ୍ଳବ ପକ୍ଷରୁ ଗୋବିନ୍ଦପୁର ଠାରେ ଥଣ୍ଡା ପାନୀୟ ଜଳ ବଣ୍ଟନ କରାଯାଇଛି।

Nuakhai wishes