ଘରେ ପଶି ମା’, ପୁଅ, ବୋହୂକୁ ହାଣିଲେ ଦୁର୍ବୃତ୍ତ
ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଓଗରପୁରରେ ଏହି ଘଟଣା ଘଟିଛି।
ମାଆର ମୃତ୍ୟୁ ଘଟିଥିବା ବେଳେ ପୁଅ ବୋହୂଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି। ଆକ୍ରମଣର କାରଣ ଅସ୍ପଷ୍ଟ ଥିବାବେଳେ ପୁଲିସ ତଦନ୍ତ ଜାରି ରଖିଛି।
Credible Local News of Odisha
ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଓଗରପୁରରେ ଏହି ଘଟଣା ଘଟିଛି।
ମାଆର ମୃତ୍ୟୁ ଘଟିଥିବା ବେଳେ ପୁଅ ବୋହୂଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି। ଆକ୍ରମଣର କାରଣ ଅସ୍ପଷ୍ଟ ଥିବାବେଳେ ପୁଲିସ ତଦନ୍ତ ଜାରି ରଖିଛି।
ନବୀନ ବାବୁ କିଛି କରନ୍ତିନି କି ଜାଣନ୍ତିନି, ସବୁ ତାଙ୍କ ଅଫିସର କରନ୍ତି, ବେଲଗାମ ଅଫିସର ଓଡ଼ିଶାକୁ ଭ୍ରଷ୍ଟାଚାରରେ ବୁଡ଼ାଇ ଦେଲେଣି କହିଛନ୍ତି ମଧ୍ୟପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ।
ମୋଦି ଖାଦ୍ୟ ସାମଗ୍ରୀ ଦେଉଛନ୍ତି, ନବୀନ ବସ୍ତାରେ ପୂରାଇ ଫଟୋ ଛାପୁଛନ୍ତି। ଓଡ଼ିଶାରେ ବିଜେପି ସରକାର ଥିଲେ, ଓଡ଼ିଶା ଦେଶରେ ନଂ୧ ହୁଅନ୍ତାଣି। ଓଡ଼ିଶା ଯଦି ଆଜି ପଛୁଆ, ତେବେ କେବଳ ବିଜେଡି ସରକାର ପାଇଁ ବୋଲି କହିଛନ୍ତି ଶିବରାଜ।
ଜାହାଜରୁ ୨୨୦ କୋଟି କୋକେନ ଜବତ ଘଟଣାରେ ଅଟକ ଥିବା ଜଣେ କ୍ରିଉ ମେମ୍ବର ହାତ କାଟି ସମୁଦ୍ରକୁ ଡେଇଁଲେ କରାଯାଇଛି।
ସମୁଦ୍ରରୁ ଉଦ୍ଧାର କରି କ୍ରିଉ ମେମ୍ବରଙ୍କୁ ପୋର୍ଟ ମେଡିକାଲରେ ଭର୍ତ୍ତି କରାଯାଇଛି। କ୍ରିଉ ମେମ୍ବରଙ୍କ ଆତ୍ମହତ୍ୟା ନା ଖସିବାକୁ ଉଦ୍ୟମ ଜଣାପଡ଼ିନି।
ଜଗତସିଂହପୁର ମା’ ଶାରଳା ମନ୍ଦିର ବାହାର ହୁଣ୍ଡି ଭାଙ୍ଗି କେହି ଚୋରି କରିଥିବା ଅଭିଯୋଗ ହୋଇଛି।
ମନ୍ଦିର ସିସିଟିଭି ଯାଞ୍ଚ କରୁଛି କନକପୁର ଫାଣ୍ଡି ପୁଲିସ।
ପାରାଦୀପ ସମୁଦ୍ରରୁ ବିରଳ ମୂଲ୍ୟବାନ ୧୭ଟି ତେଲିଆ ମାଛ ମିଳିଛି।
ଓଜନ ୩ କ୍ବିଣ୍ଟାଲରୁ ଅଧିକ। ୧୭ଟି ମାଛ ୨୫ ଲକ୍ଷ ଟଙ୍କାରେ ନିଲାମ ହୋଇଥିବା ସୂଚନା ମିଳିଛି।
ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଜଗତସିଂହପୁର ଜିଲ୍ଲା ସ୍ବାସ୍ଥ୍ୟ ସୁରକ୍ଷା ଅଭିଯାନ ପକ୍ଷରୁ ଜଗତସିଂହପୁର ସହର ବନ୍ଦ ପାଳନ କରାଯାଉଛି।
ସକାଳ ୫ରୁ ଅପରାହ୍ନ ୪ଟା ଯାଏଁ ୧୧ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି।
ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଏନ୍ଡିପିଏସ୍ କୋର୍ଟରେ ଦାଖଲ କଲା କଷ୍ଟମ ବିଭାଗ।
୨୨ଟି ପ୍ୟାକେଟର ସଂଗୃହିତ ସାମ୍ପଲ କଷ୍ଟମ ବିଭାଗକୁ ମିଳିଲା। ଏହି ସାମ୍ପଲ ଯାଞ୍ଚ ପାଇଁ ଯିବ ଜାତୀୟ ଫୋରେନସିକ୍ ଲ୍ୟାବ୍। ଅଧିକ ତଦନ୍ତ ପାଇଁ ଇଣ୍ଟରପିଟର ହାୟର କରୁଛି କଷ୍ଟମ ବିଭାଗ।
ପାରାଦୀପରେ ଜାହାଜରୁ ୨୨୦ କୋଟିର କୋକେନ ଜବତ ଘଟଣାରେ ଆଜି ପାରାଦୀପରେ ପହଞ୍ଚିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଟିମ୍।
ଏନ୍ସିବି ସହକାରୀ ନିର୍ଦ୍ଦେଶକ କୁଲଦୀପ ଶର୍ମାଙ୍କ ନେତୃତ୍ୱରେ ଟିମ୍ ପହଞ୍ଚିଛି। କୋକେନ ଜବତ ଘଟଣା ନେଇ ତନାଘନା ଆରମ୍ଭ କଲା ଏନ୍ସିବି।
ପାରାଦୀପରେ ଲାଗିଥିବା ଜାହାଜରେ ୨୨ଟି ପ୍ୟାକେଟ ମିଳିବା ଘଟଣାରେ ଯାଞ୍ଚ ପରେ ପ୍ୟାକେଟରେ ନିଷିଦ୍ଧ ଡ୍ରଗ୍ସ କୋକେନ ଥିବା ସ୍ପଷ୍ଟ ହୋଇଛି।
ଷ୍ଟିଲ ପ୍ଲେଟ ଆଣି ଆସିଥିବା ‘MV ଦେବୀ’ ଜାହାଜରୁ ପ୍ୟାକେଟ ମିଳିଛି।ଇଣ୍ଡୋନେସିଆ ଗ୍ରେସିକ ବନ୍ଦରରୁ ଆସିଥିଲା ଜାହାଜ ‘MV ଦେବୀ’।ଜାହାଜଟି ଇଜିପ୍ଟରୁ ଇଣ୍ଡୋନେସିଆ ଓ ସେଠୁ ପାରାଦୀପ ଆସିଥିଲା।
ପାରାଦୀପ ବନ୍ଦର PICT ବର୍ଥରେ ଲାଗିଥିବା ଜାହାଜରୁ ପ୍ୟାକେଟ ଜବତ ହୋଇଛି।
ଇଣ୍ଡୋନେସିଆ ଗ୍ରେସିକ ବନ୍ଦରରୁ ଷ୍ଟିଲ ପ୍ଲେଟ ଆଣି ଆସିଥିବା ‘MV ଦେବୀ’ ଜାହାଜରୁ ଜବତ ହୋଇଛି। ଜବତ ୮ଟି ପ୍ୟାକେଟରେ ନିଶାଦ୍ରବ୍ୟ ଥିବା ସନ୍ଦେହ କରାଯାଉଛି।