ଜେଜେଙ୍କ ଶୁଦ୍ଧିକ୍ରିୟା ବେଳେ ନଦୀରେ ବୁଡ଼ି ନାତି ନିଖୋଜ

କଟକ ତୁଳସୀପୁର ହାତୀଗଡ଼ା ନିକଟ ମହାନଦୀରେ ବୁଡ଼ି ନିଖୋଜ ଅଛନ୍ତି ଯୁବକ।

ଅଗ୍ନିଶମ ବିଭାଗ ପକ୍ଷରୁ ଯୁବକଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି। ଯୁବକ ଜଣଙ୍କ ସିଡିଏ-୬ ଅଞ୍ଚଳର ହୋଇଥିବା ସୂଚନା ମିଳିଛି।

ମହାନଦୀରେ ବୁଡ଼ିଲା ଡଙ୍ଗା, ଜଣେ ନିଖୋଜ

କଟକ ବାଙ୍କୀ ନିକଟ ଗୋପାଳପୁର ଘାଟରେ ଡ଼ଙ୍ଗା ବୁଡି ଜଣେ ନିଖୋଜ ଅଛନ୍ତି।

ଅଗ୍ନିଶମ ବାହିନୀ ୨ ଜଣଙ୍କୁ ଉଦ୍ଧାର କରିଛି। ନିଖୋଜଙ୍କ ପରିଚୟ ଅସ୍ପଷ୍ଟ ଥିବାବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ମହାନଦୀରେ ବୁଡ଼ିଲା ଡଙ୍ଗା, ଜଣେ ନିଖୋଜ

କଟକ ବାଙ୍କୀ ନିକଟ ଗୋପାଳପୁର ଘାଟରେ ଡ଼ଙ୍ଗା ବୁଡି ଜଣେ ନିଖୋଜ ଅଛନ୍ତି।

ଅଗ୍ନିଶମ ବାହିନୀ ୨ ଜଣଙ୍କୁ ଉଦ୍ଧାର କରିଛି। ନିଖୋଜଙ୍କ ପରିଚୟ ଅସ୍ପଷ୍ଟ ଥିବାବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ମୁକୁଳା ଡ୍ରେନ୍‌ରେ ପଡ଼ି ଯୁବକଙ୍କ ମୃତ୍ୟୁ

କଟକ ସିଆର୍‌ଆର୍‌ଆଇ ଥାନା ନୂଆବଜାର ମହିମାନଗରରେ ଏହି ଘଟଣା ଘଟିଛି।

ମୃତ ଯୁବକ ଯାଜପୁରର। ସେ କଟକରେ ରାଜମିସ୍ତ୍ରୀ ଭାବେ କାମ କରୁଥିଲା।

ମୁକୁଳା ଡ୍ରେନ୍‌ରେ ପଡ଼ି ଯୁବକଙ୍କ ମୃତ୍ୟୁ

କଟକ ସିଆର୍‌ଆର୍‌ଆଇ ଥାନା ନୂଆବଜାର ମହିମାନଗରରେ ଏହି ଘଟଣା ଘଟିଛି।

ମୃତ ଯୁବକ ଯାଜପୁରର। ସେ କଟକରେ ରାଜମିସ୍ତ୍ରୀ ଭାବେ କାମ କରୁଥିଲା।

ଅଜଣା ଗାଡ଼ି ଧକ୍କାରେ ବାଇକ୍ ଆରୋହୀ ଦମ୍ପତିଙ୍କ ମୃତ୍ୟୁ

ପୁରୁଣାକଟକ-ସମ୍ବଲପୁର ରାସ୍ତା ଚିରୁଗୁଡ଼ିଆ ଶୀତଳଭଣ୍ଡାର ନିକଟରେ ଦୁର୍ଘଟଣା ଘଟିଛି।

ମୃତ ଦମ୍ପତି ଢେଙ୍କାନାଳ ଜିଲ୍ଲା ଭାପୁର ଅଞ୍ଚଳର ବୋଲି ସୂଚନା ମିଳିଛି।

ବିଜେପି ଛାଡ଼ିଲେ ପ୍ରକାଶ ବେହେରା

ସାଲେପୁର ପୂର୍ବତନ ବିଧାୟକ ପ୍ରକାଶ ବେହେରା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି।

ସେ ତାଙ୍କ ଇସ୍ତଫାପତ୍ର ରାଜ୍ୟ ବିଜେପି ସଭାପତିଙ୍କୁ ପଠାଇଛନ୍ତି। ପ୍ରକାଶ କଟକ ଜିଲ୍ଲା ବିଜେପି ସଭାପତି ଥିଲେ।

ମା’ ମରଶରୀରକୁ ଟ୍ରଲିରେ ବୋହିକି ନେଲା ପୁଅ

ଗୋପାଳପୁରରୁ ହରିରାଜପୁରକୁ ମୃତଦେହ ବୋହି ନେଲା ପୁଅ। କ’ଣ ପାଇଁ ଟ୍ରଲିରେ ମୃତଦେହ ନେଇଥିଲା ଜଣାପଡ଼ି ନାହିଁ।

ମୃତ ମହିଳା ଗୋପାଳପୁରର ହୋଇଥିବା ବେଳେ ସେ ହରିରାଜପୁର ସମ୍ପର୍କୀୟ ଘରକୁ ଆସିଥିଲେ। ସମ୍ପର୍କୀୟ ଘରେ ଅସୁସ୍ଥତା କାରଣରୁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ; ୫ ଆହତ

କଟକ ତିଗିରିଆ ଥାନା ଭୋଗଡ଼ାରେ ପୂର୍ବ ଶତ୍ରୁତାରୁ ୨ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି।

୫ ଆହତଙ୍କ ମଧ୍ୟରେ ଭୋଗଡ଼ା ସରପଞ୍ଚଙ୍କ ସ୍ବାମୀ ଓ ଦିଅର ଅଛନ୍ତି।

Nuakhai wishes