ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କରଙ୍କ ପରଲୋକ

ଆଜି ରାତି ବିଶିଷ୍ଟ ସଙ୍ଗୀତଜ୍ଞ ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କର 83 ବର୍ଷ ବୟସରେ ଭୁବନେଶ୍ୱର ସତ୍ୟନଗରସ୍ଥିତ ବାସଭବନରେ ପରଲୋକ ହୋଇଯାଇଥିବା ତାଙ୍କ ପରିବାର ପକ୍ଷରୁ କୁହାଯାଇଛି l

ଆସନ୍ତାକାଲି ପୁରୀ ସ୍ବର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ହେବ ବୋଲି ତାଙ୍କ ପୁତ୍ର ମହାଦୀପ କର କହିଛନ୍ତି l

କଳରାବାଙ୍କରେ କିସ୍ ର ଆବାସିକ ବିଦ୍ୟାଳୟ ଉଦ୍ଘାଟିତ

କଟକ ଜିଲ୍ଲା କଳରାବାଙ୍କ ଠାରେ ଅଗ୍ରଣୀ ଶିକ୍ଷାନୁଷ୍ଠାନ କିସ୍ ର ଏକ ଆବାସିକ ବିଦ୍ୟାଳୟ ରାଜ୍ୟପାଳ ଗଣେଶୀ ଲାଲ ଆଜି ଉଦ୍ଘାଟନ କରିଛନ୍ତି।

ଏହି ଉଦ୍ଘାଟନ କାର୍ଯ୍ୟକ୍ରମରେ ସ୍ଥାନୀୟ ଜନ ପ୍ରତିନିଧିଙ୍କ ସହ କିସ୍ ଓ କିଟ୍ ପ୍ରତିଷ୍ଠାତା ଡଃ ଅଚ୍ୟୁତ ସାମନ୍ତ ଉପସ୍ଥିତ ଥିଲେ।

ସମ୍ପତ୍ତି ପାଇଁ ବଡ଼ ଭାଇକୁ ଛୁରା ମାରିଲା ସାନଭାଇ

କଟକ ଜିଲ୍ଲା ନିଆଳି ଥାନା ଅନ୍ତର୍ଗତ ଜଲ୍ଲାରପୁର ପଞ୍ଚାୟତ ଟୋଲା ଗୋପୀନାଥପୁର ଗ୍ରାମରେ ଜମିବାଡ଼ି ସମ୍ପତ୍ତିକୁ ନେଇ ସାନଭାଇର ଛୁରା ମାଡ଼ରେ ବଡ଼ ଭାଇର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି l

ପୁଲିସ ଘଟଣାର ତଦନ୍ତ କରୁଥିବା ବେଳେ ମୃତ ଅର୍ଜୁନ ସାହୁଙ୍କ ପରିବାରର ସଂଘବଦ୍ଧ ଆକ୍ରମଣରେ ସାନଭାଇ ନୃସିଂହ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ପରିବାର ପକ୍ଷରୁ କୁହାଯାଇଛି l

ରିମାଣ୍ଡ ଶେଷ ହେବାରୁ ପୁଣି ଜେଲ ଗଲା ଗଣହତ୍ୟା ଅଭିଯୁକ୍ତ

ମାହାଙ୍ଗା ଥାନା ଅନ୍ତର୍ଗତ କୁସୁପୁର ଗ୍ରାମରେ ବଡ଼ ଭାଇର ପରିବାରର ପାଞ୍ଚ ଜଣଙ୍କୁ ହତ୍ୟା ଘଟଣାର ଅଭିଯୁକ୍ତ ସାନଭାଇ ଶିବ ସାହୁର ତିନି ଦିନିଆ ରିମାଣ୍ଡ ଶେଷ ହେବାରୁ ତାକୁ ଆଜି ସାଲେପୁର କୋର୍ଟରେ ହାଜର କରାଯାଇଛି l

ଶିବକୁ ସାଲେପୁର ସବ ଜେଲକୁ ପଠାଇ ଦିଆଯାଇଛି l

ସୁଦର୍ଶନ ସାହୁଙ୍କୁ ମିଳିବ କଳିଙ୍ଗ ରତ୍ନ ସମ୍ମାନ

ସାରଳା ସାହିତ୍ୟ ସଂସଦ ପକ୍ଷରୁ ସ୍ଥପତି ପଦ୍ମବିଭୂଷଣ ସୁଦର୍ଶନ ସାହୁଙ୍କୁ ଏପ୍ରିଲ ୨୩ତାରିଖରେ ସାରଳା ଭବନରେ ସାଂସଦର ୪୧ତମ ବାର୍ଷିକ ଉତ୍ସବରେ କଳିଙ୍ଗ ରତ୍ନ ସମ୍ମାନ ପ୍ରଦାନ କରାଯିବ ବୋଲି ସଂସଦର ସଭାପତି ଇଂ ପ୍ରଭାକର ସ୍ୱାଇଁ ଏକ ପ୍ରେସ ଇସ୍ତାହାରରେ ଜଣାଇଛନ୍ତି ।

ସେ ୧୯୩୯ ମସିହାରେ ପୁରୀ ଠାରେ ଜନ୍ମ ଗ୍ରହଣ କରିଥିଲେ ।ଜାତୀୟ ସ୍ତରରେ ପ୍ରତିଷ୍ଠିତ ଜଣେ ଓଡ଼ିଆଙ୍କୁ ସଂସଦ ପକ୍ଷରୁ କଳିଙ୍ଗ ରତ୍ନ ସମ୍ମାନ ପ୍ରଦାନ କରାଯାଇଥାଏ ।

ଲୋକଙ୍କ ମନ କିଣୁଛି ରାମଚଣ୍ଡୀ ମନ୍ଦିର

ବାଙ୍କୀ-କଟକ ମୁଖ୍ୟ ରାସ୍ତାର ଗୟଳ ବାଙ୍କ ଠାରେ ଡମପଡା ଚନ୍ଦକା ଅଭୟାରଣ୍ୟର ପାଦଦେଶରେ ଏବଂ ମହାନଦୀ କୂଳରେ ରହିଥିବା ଐତିହ୍ୟସମ୍ପର୍ଣ୍ଣ ରାମଚଣ୍ଡୀ ମନ୍ଦିରର ପ୍ରାକୃତିକ ପରିବେଶ ଅତି ମନଲୋଭା ।

ଏହା କେବଳ ଅଞ୍ଚଳର ଜନ ସାଧାରଣକୁ ଆକୃଷ୍ଟ କରେନାହିଁ ବରଂ ବାଟରେ ଯାଉଥିବା ପର୍ଯ୍ୟଟକଙ୍କୁ ମଧ୍ୟ ଟାଣି ଆଣିଥାଏ ।ଏଠାରେ ପର୍ଯ୍ୟଟକ ଆସି ଭୁଜି ଭାତର ଆସର ଜମାଇ ଥାନ୍ତି ।

କଟକ ଫ୍ୟାମିଲି କୋର୍ଟରେ ଅନୁଭବଙ୍କ ସାକ୍ଷ୍ୟ ଗ୍ରହଣ

ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷାଙ୍କ ବିବାହ ବିଚ୍ଛେଦ ମାମଲାରେ ଆଜି କଟକ ଫ୍ୟାମିଲି କୋର୍ଟରେ ଅନୁଭବଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଛି।

ମାମଲାର ତ୍ୱରିତ ଶୁଣାଣି ପାଇଁ ପିଟିସନ ଦାଖଲ କରିଛନ୍ତି ଅନୁଭବ।

Nuakhai wishes