ରାସୋଳ ମହୋତ୍ସବ ଉଦଯାପିତ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଳକ ଠାରେ ଆଜି ରାସୋଳ ମହୋତ୍ସବ ଆନୁଷ୍ଠାନିକ ଭାବେ ଉଦଯାପିତ ହୋଇଯାଇଛି।

ରାସୋଳ ବିକାଶ ପରିଷଦ ଆନୁକୁଲ୍ୟରେ ଆୟୋଜିତ ଏହି ଚାରି ଦିନ ବ୍ୟାପି ମହୋତ୍ସବର ଉଦଯପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଢ଼େଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ, ମୂଖ୍ୟ ବକ୍ତା ଭାବେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ବିଶିଷ୍ଟ ଅତିଥି ଭାବେ ହିନ୍ଦୋଳ ବିଧାୟିକା ସୀମା ରାଣୀ ନାଏକ ଓ ସମ୍ମାନୀତ ଅତିଥି ଭାବେ ରଜ୍ୟ ମହିଳା ବିଜେଡ଼ି ସମ୍ପାଦିକା ନମିତା ନାଏକ ପ୍ରମୁଖ ଯୋଗ ଦେଇଥିଲେ।

ଅଭିରାମ ପରମହଂସ ଦେବଙ୍କ ୧୭ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ରଞ୍ଜା ଗ୍ରାମରେ ଆଜି ଠାକୁର ଅଭିରାମ ପରମହଂସ ଦେବଙ୍କ ୧୭ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।

ଏହି ଉପଲକ୍ଷେ ନଗର ପରିକ୍ରମା ଓ ହରିହର ଭେଟ ଅନୁଷ୍ଠିତ ହୋଇଯାଇଛି ।

ଆଜି ୧୫ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ

ଆଜି ସୋନପୁରରେ ତାପମାତ୍ରା 43.5 ଡିଗ୍ରୀ ଥିବା ବେଳେ ବଲାଙ୍ଗୀରରେ 43, ପାରଳାଖେମୁଣ୍ଡିରେ 41.5, ବୌଦ୍ଧରେ 42.5,ଟିଟିଲାଗଡ଼ରେ 41.5, ଭବାନୀପାଟଣାରେ 41.2, ହୀରାକୁଦରେ 40.3, ସୁନ୍ଦରଗଡ଼ରେ 42.5, ସମ୍ବଲପୁରରେ 42.2, କେନ୍ଦୁଝରରେ 40.1, ଝାରସୁଗୁଡାରେ 42.6, ବାରିପଦାରେ 41.8, ଅନୁଗୁଳରେ 42.7 ଡିଗ୍ରୀ ରହିଛି l

ବଜ୍ରପାତରେ ଦୋକାନ ଭସ୍ମିଭୂତ

ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଳକ ଅଧିନ ଗଡ଼ିଗାଁ ପଞ୍ଚାୟତର କାହ୍ନୁପୁର ଗ୍ରାମରେ ଆଜି ଅପରାହ୍ନରେ ଆକସ୍ମିକ ବଜ୍ରପାତ ଯୋଗୁଁ ମୁନିସି ମୁର୍ମୁଙ୍କ ଗ୍ରୋସରୀ ଦୋକାନ ସଂପୂର୍ଣ୍ଣ ଭସ୍ମିଭୂତ ହୋଇଯାଇଛି ।

୯୦ ହଜାରରୁ ଭର୍ଦ୍ଧ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଥିବା ଖୁଣ୍ଟା ଅଗ୍ନୀସମ ବିଭାଗ ସୂଚନା ଦେଇଛି ।

୫ଟି ସଚିବଙ୍କୁ ସାକ୍ଷାତ କଲେ ସୁବର୍ଣ୍ଣପୁରର ଜନପ୍ରତିନିଧି

ଆଜି ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ପୌର ପରିଷଦର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ, ତରଭା ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ, ବିନିକା ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ୫ଟି ସଚିବ ଭି.କେ. ପାଣ୍ଡିଆନଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିବା ଜଣାଯାଇଛି ।

ଏବଂ ଅଞ୍ଚଳର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଛନ୍ତି ।

ବଲାଙ୍ଗିରର ସମସ୍ୟା ନେଇ ପାଣ୍ଡିଆନଙ୍କ ସହ ଆଲୋଚନା

ଆଜି ବଲାଙ୍ଗିର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଓ ଉପାଧ୍ୟକ୍ଷା ସୁଶ୍ରୀ ଗାୟତ୍ରୀ ଭୋଇ ଭୁବନେଶ୍ବରରେ 5ଟି ସଚିବ ଭି କେ ପାଣ୍ଡିଆନଙ୍କ ନିମନ୍ତ୍ରଣ ପୁର୍ବକ ଏକ ସୌଜନ୍ୟ ମୂଳକ ସାକ୍ଷାତକାରରେ  ବଲାଙ୍ଗିର ସହରର ଡ୍ରେନେଜ ବ୍ଯବସ୍ଥାରେ ସୁଧାର ଆଣିବା ତଥା ପାନୀୟଜଳର ସ୍ଥାୟୀ ସମାଧାନ ପାଇଁ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରି ତାକୁ ବାସ୍ତବତାର ରୂପଦେଲେ ବଲାଙ୍ଗିର ବାସୀ ଉପକୃତ ହେବେ ବୋଲି ପୌରାଧ୍ୟକ୍ଷା ଅନୁରୋଧ କରିଥିଲେ ।

ଶିକ୍ଷା ଅଧିକାରୀଙ୍କ ବିଭିନ୍ନ ସ୍କୁଲ ପରିଦର୍ଶନ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମ୍ଭକାର ଅଡାଲ ଆଜି ବରଘାଟ ଓ ବୁଠିପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନରେ ଯାଇ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସହ ମତ ବିନିମୟ କରିଛନ୍ତି ।

ନାମ ଲେଖା ସଚେତନତା ଅଭିଯାନ

ଶିଶୁ ଓ ମହିଳା ବିକାଶ କେନ୍ଦ୍ର ଓ ଆକ୍ସନ ଏଡ୍ର ମିଳିତ ଆନୁକୁଲ୍ୟରେ ଗାଡକଣ କଲ୍ୟାଣୀ ସାହି ଠାରେ ନାମ ଲେଖା ସଚେତନତା ଅଭିଯାନ ଆଜି ଆୟୋଜିତ ହୋଇ ଯାଇଛି ।

ଜିଲ୍ଲା କୁଲତା ସମାଜ କୁଲତା ଦିବସ ପାଳିତ

ଆଜି ସୁବର୍ଣ୍ଣପୁର ଜିଲ୍ଲା କୁଲତା ସମାଜ ପକ୍ଷରୁ ଶ୍ରୀପୁରାର ସିଦ୍ଧେଶ୍ୱର ମନ୍ଦିର ପ୍ରାଙ୍ଗଣରେ କୁଲତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ସଭାରେ କୁଲତା ସମାଜର ସଭାପତି ପ୍ରଦ୍ୟୁମ୍ନ କୁମାର ସାହୁ ସଭାପତିତ୍ବ କରିଥିବାବେଳେ ସମ୍ପାଦକ କ୍ଷେତ୍ରବାସୀ ପଧାନ ସଭାର ସଂଯୋଜନା କରିଥିଲେ ।

Nuakhai wishes