ଆଇଓସିଏଲ ପାଇପଲାଇନ ଡକାୟତି ଘଟଣାରେ ୬ ଗିରଫ

ସମ୍ବଲପୁର ପୁଲିସ ଆଜି ଆଇଓସିଏଲ ପାଇପଲାଇନ ଡକାୟତି ଗ୍ୟାଙ୍ଗ ଠାବ କରିବା ସମେତ ୬ ଜଣଙ୍କୁ ଗିରଫ କରିଥିବା ଆଜି ସମ୍ବଲପୁର ଏସପି ବାତୁଲା ଗଙ୍ଗାଧର ଦେଇଛନ୍ତି ସୁଚନା ।

ଗିରଫ ୬ ଜଣକ ମଧ୍ୟରେ ଜଣେ ପେଟ୍ରୋଲ ପମ୍ପ ମାଲିକ ମଧ୍ୟ ରହିଛନ୍ତି ।

ବିଡିଓଙ୍କ ସହ ଆଲୋଚନା କଲେ ଜିଲ୍ଲା ବିଜେପି ନେତା

ବାଲେଶ୍ଵର ସଦରବ୍ଲକ ବିଡିଓଙ୍କ ସହ ଆଜି ଅଞ୍ଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି ଜିଲ୍ଲା ବିଜେପି ନେତା।

ପ୍ରକୃତ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆଵାସ ଯୋଜନାରେ ଘର ପ୍ରଦାନ , ସିଧାସଳଖ ଭତ୍ତା ଟଙ୍କା ବ୍ୟାଙ୍କ ଖାତାକୁ ପ୍ରଦାନ ଆଦି ଦାବି କରିଥିଲେ ବିଜେପି ନେତା। ଏଥିରେ ରେମୁଣାର ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ବରିଷ୍ଠ ନେତା ଜୀବନ ପ୍ରଦୀପ ଦାସ,ନେତ୍ରୀ ଶୋଭନା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ଲଛିପୁର ସ୍ୱାସ୍ଥ୍ୟମେଳାରେ ୧୦୩୯ ରୋଗୀ ଚିକିତ୍ସିତ

ସୁବର୍ଣ୍ଣପୁର ଜିଲ୍ଲା ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ତରଫରୁ ତଥା ଜିଲ୍ଲା ସ୍ଵାସ୍ଥ୍ୟ ସମିତିର ସହାୟତାରେ ଲଛିପୁର ଠାରେ ଏକ ବ୍ଲକସ୍ତରୀୟ ସ୍ଵାସ୍ଥ୍ୟମେଳା ସଫଳ ଭାବେ ଆୟଜିତ ହୋଇଯାଇଛି।

ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଆୟୋଜତ ଏହି ସ୍ୱାସ୍ଥ୍ୟମେଳାରେ ୧୦୩୯ ଲୋକ ପଞ୍ଜିକୃତ ହୋଇ ବିଭିନ୍ନ ରୋଗ ପାଇଁ ଚିକିତ୍ସିତ ହୋଇଛନ୍ତି ।

ଜନକଲ୍ୟାଣ ସାମ୍ବାଦିକ ସଂଘର ବୈଠକ

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଚୁରାପାହାଡ ଠାରେ ଜନକଲ୍ୟାଣ ସାମ୍ବାଦିକ ସଂଘର ବୈଠକ ସଭାପତି ରାମ କୁମାର ସେନାପତିଙ୍କ ନେତୃତ୍ୱରେ ଅନୁଷ୍ଟିତ ହୋଇଯାଇଛି ।

ଏଥିରେ ସମସ୍ତ ସାମ୍ବାଦିକ ଯୋଗଦେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକାରୀ ଯୋଜନା ଲୋକଙ୍କ ପାଖରେ ଠିକ ଭାବରେ ନ ପହଞ୍ଚିବା,ଉକ୍ତ ସ୍ଥାନକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଆଦି ଉପରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା ।

ବେନ ଗାଁ ପଞ୍ଚାୟତରେ ସାପ୍ତାହିକ ଅଭିଯୋଗ ଶୁଣାଣି

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକ ବେନ ଗାଁ ପଞ୍ଚାୟତରେ ଆଜି ସାପ୍ତାହିକ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଥିଲା।

ଏଥିରେ କାର୍ଯ୍ୟନିର୍ବାହୀ ଅଧିକାରୀ ମନୋଜ କୁମାର ଶବର ଲୋକଙ୍କ ଅଭିଯୋଗ ଗ୍ରହଣ କରିଥିବା ବେଳେ ସ୍ଥାନୀୟ ସରପଞ୍ଚ,ସମିତି ସଭ୍ୟ ଓ ୱାର୍ଡ ପ୍ରତିନିଧି ଲୋକଙ୍କ ଅଭିଯୋଗକୁ ସମାଧାନ କରିଥିଲେ ।

ବିଦ୍ୟୁତ ଗଲେ ନେଟୱର୍କରୁ ବଞ୍ଚିତ ବେନ ଗାଁ ଲୋକେ

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକ ଉପାନ୍ତ ଅଞ୍ଚଳ ବେନ ଗାଁରେ ବିଭିନ୍ନ କମ୍ପାନୀର ନେଟୱର୍କ ସ୍ଥାପନ ହୋଇଛି ହେଲେ ବିଦ୍ୟୁତ ଗଲେ ନେଟୱର୍କ ବନ୍ଦ ରହୁଥିବାରୁ ଲୋକେ ଜରୁରୀ ସମୟରେ ଯୋଗାଯୋଗରୁ ବଞ୍ଚିତ ହେଉଥିବା ଅଭିଯୋଗ କରିଛନ୍ତି ।

ଏଥିପାଇଁ ସ୍ଥାନୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି ।

କୃଷି ରଥକୁ ଉଦଘାଟନ କଲେ ବିଧାୟକ

ଅନୁଗୁଳ ଜିଲ୍ଲା ତାଳଚେର ବିଧାୟକ ଆଜି କୃଷି ରଥର ଶୁଭ ଉଦଘାଟନ କରି ସରକାରଙ୍କ ବିଭିନ୍ନ ସମୟରେ ହୋଇଥିବା ଯୋଜନା ଗୁଡ଼ିକ ପ୍ରତ୍ୟେକ ପଞ୍ଚାୟତକୁ ଯାଇ ସଚେତନ କରାଇବା ସହ ଲୋକମାନେ କିପରି ଲାଭବାନ ହେବେ ତାହା ବିଧାୟକ କହିଛନ୍ତି ।

ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ହେମଲତା ମହାନ୍ତି,ପୌରପରିଷଦ ଉପ ନଗରପାଳ ସୁଭସ୍ମିତା ପ୍ରଧାନ,ଜିଲ୍ଲାପରିଷଦ ସଦସ୍ୟା ସତ୍ୟଭାମା ପ୍ରଧାନ, କାଉନସିଲର ରୂପସୀ ସ୍ୱାଇଁ,କୃଷିଅଧିକାରୀ ନୃସିଂହ ସାହୁ ପ୍ରମୁଖ ଯୋଗଦେଇଥିଲେ।

ଏନ.ଡି.ଆର.ଏଫ ପକ୍ଷରୁ ସଚେତନତା ଶିବିର

ବଲାଙ୍ଗିର ସହରର ପି.ପି.ଏକାଡେମୀ ହାଇସ୍କୁଲରେ ଆଜି ଏନ.ଡି.ଆର.ଏଫ ପକ୍ଷରୁ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।

ଏଥିରେ ଛାତ୍ରମାନଙ୍କୁ ବିଭିନ୍ନ କୌଶଳ ବିଷୟରେ ଟ୍ରେନିଂ ଦିଆଯାଇଛି।

ବଲାଙ୍ଗୀରରେ ସର୍ବୋଚ୍ଚ ଦିନ ତାପମାତ୍ରା ୪୪.୩ ଡିଗ୍ରୀ ରେକର୍ଡ

ବଲାଙ୍ଗୀରରେ ଆଜି ଦିନର ସର୍ବୋଚ୍ଚ ତାପମାତ୍ରା ୪୪.୩ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ସହରରେ ଦ୍ୱିପହର ସମୟରେ ରାସ୍ତା ଘାଟ ଶୁନଶାନ ହୋଇଯାଇଥିଲା।

ପ୍ରବଳ ଗରମ ଯୋଗୁଁ ଲୋକେ ଘର ଭିତରେ କୁଲର ଏସି ଚଳାଇ ରହିବାକୁ ପସନ୍ଦ କରିଥିଲେ।

ଜିଲ୍ଲାପାଳଙ୍କୁ ବିଭିନ୍ନ ସମସ୍ୟା ବିଷୟରେ ଜଣାଇଲେ ବ୍ଲକ ଅଧ୍ୟକ୍ଷ

ଅନୁଗୋଳ ଜିଲ୍ଲାପାଳ ଶ୍ରୀଯୁକ୍ତ ସିଦ୍ଧାର୍ଥ ଶଙ୍କର ସ୍ଵାଇଁଙ୍କୁ ଆଜି ନବ ନିର୍ବାଚିତ କଣିହାଁ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ରାମକୃଷ୍ଣ ପ୍ରଧାନ ଅଭିନନ୍ଦନ ଜଣାଇବା ସହ କଣିହାଁ ବ୍ଲକର ବିଭିନ୍ନ ସମସ୍ୟା ବିଷୟରେ ଅବଗତ କରାଇଲେ ।

Nuakhai wishes