ଆଜି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଓ ନଡ୍ଡା

ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଆଜି ଓଡିଶା ଆସିବେ।

ପ୍ରଧାନମନ୍ତ୍ରୀ ମୋଦି ରାତିରେ ଭୁବନେଶ୍ବରରେ ପହଞ୍ଚିବେ। ଆସନ୍ତାକାଲି ବ୍ରହ୍ମପୁର ଓ ନବରଙ୍ଗପୁରରେ ଜନସଭାରେ ଯୋଗଦେବେ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ମଧ୍ୟ ଆଜି ଓଡ଼ିଶା ଆସିବେ।

ବିଦ୍ୟୁତ୍‌ ଆଘାତରେ ବାପାପୁଅ ମୃତ, ମା’ ଗୁରୁତର

ଯାଜପୁର ରୋଡ୍‌ ଥାନା ବେଙ୍ଗପାଟିଆ ଗାଁରେ ଏହି ଘଟଣା ଘଟିଛି।

ଗୁରୁତର ଅବସ୍ଥାରେ ମହିଳାଙ୍କୁ ଦାନଗଦି ମେଡିକାଲରେ ଭର୍ତ୍ତି କରାଯାଇଛି।

ଅତାବିରା ମାର୍କେଟରେ ତାସରେ ଜୁଆ ଖେଳୁଥିବା ୭ ଜଣକୁ ଗିରଫ କଲା ପୁଲିସ

ଶନିବାର ସନ୍ଧ୍ଯା ୭ଟା ସମୟରେ ବରଗଡ଼ ଜିଲ୍ଲା ଅତାବିରା ମାର୍କେଟରେ ତାସରେ ଜୁଆ ଖେଳୁ ଥିବା ସମୟରେ ଅତାବିରା ପୁଲିସ କୌଣସି ସୂତ୍ରରୁ ଖବର ପାଇ ଅଚାନକ ମାଡି ବସିଥିଲା ଓ ଉକ୍ତ ସ୍ଥାନରେ ୭ ଜଣ ଜଙଆଡିକୁ ଗିରଫ କରି ତାଙ୍କ ଠାରୁ ୮ଟି ମୋବାଇଲ, ୬ ସେଟ ତାସ, ନଗଦ ୫୯ ହଜାର ୫୪୦ ଟଙ୍କା ଜବତ କରିଥିବା ଅତାବିରା ଥାନା ଅଧିକାରୀ ସୁକୁମାର ତ୍ରିପାଠୀ ସୂଚନା ଦେଇଛନ୍ତି।

କେନାଲ ପାଣି ପାଇଁ ଗର୍ଭଣା ଛକରେ ଚାଷୀମାନଙ୍କ ରାସ୍ତା ରୋକ

ଗର୍ଭଣା ଠାରେ କେନାଲ ପାଣି ପାଇଁ ଦୀର୍ଘ ୮ ଘଣ୍ଟା ରାସ୍ତାରୋକ କରିଥିଲେ ଚାଷୀ। କେନାଲ ମୁଖ୍ଯଯନ୍ତ୍ରୀଙ୍କ ଠାରୁ ଲିଖିତ ପ୍ରତିଶ୍ରୁତି ପାଇଲା ପରେ ଚାଷୀ ରାସ୍ତାରୁ ହଟିଲେ।

ଆଜି ଶନିବାର ସକାଳ ୬ଟାରୁ ବରଗଡ ଜିଲ୍ଲା ଭେଡେନ ତହସିଲ ଅଧିନ ୫୪ ନମ୍ବର ରାଜ୍ଯ ରାଜପଥ ଗର୍ଭନା ଛକରେ ଚାଷୀଙ୍କ କ୍ଷେତକୁ ପାଣି ଆସୁନଥିବାରୁ ଚାଷୀମାନେ ରାସ୍ତାରୋକ କରିଥିଲେ। ଋଷୁଡା, ପପଂଗା, ସିଆଲଖଣ୍ଡତା ଓ ଭାଂଗକୁଦ ମାଇନର କେନାଲରେ ପାଣି ଆସୁନଥିବାରୁ ଉକ୍ତ କେନାଲ ଅଞ୍ଚଳର କେତେକ ଚାଷୀଙ୍କ ଧାନ ପାଣି ଅଭାବରୁ ଧାନ ଚାଷ ସଂପୂର୍ଣ୍ଣଭାବେ ନଷ୍ଟ ହୋଇଯାଇଛି।

ଓଡ଼ିଶା ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଦେଲା କଂଗ୍ରେସ

ଷ୍ଟାର ପ୍ରଚାରକ ତାଲିକାରେ ସୋନିଆ, ରାହୁଲ, ପ୍ରିୟଙ୍କା, ଖଡ୍‌ଗେ, ରେବନ୍ତ ରେଡ୍ଡୀ, ଭୂପେଶ ବଘେଲ, ସଚିନ ପାଇଲଟଙ୍କ ନାଁ ରହିଛି।

ଅଳକା ଲାମ୍ବା, କହ୍ନେୟା କୁମାର, ମିନାକ୍ଷୀ ନଟରାଜନଙ୍କ ନାଁ ମଧ୍ୟ ତାଲିକାରେ ଅଛି।

ଆସନ୍ତା ସପ୍ତାହରେ ପୁଣି ୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ

ଆସନ୍ତା ୧୦ ତାରିଖରେ ଭୁବନେଶ୍ୱରରେ ରୋଡ୍‌ ସୋ କରିବେ ଏବଂ ୧୧ ତାରିଖରେ ବଲାଙ୍ଗିର ସାଧାରଣ ସଭାରେ ଯୋଗଦେବେ ପ୍ରଧାନମନ୍ତ୍ରୀ ମୋଦି।

ଦଶମ ପାସ୍ କରି ନାହାନ୍ତି ୩ ପ୍ରାର୍ଥୀ, ଜଣେ ଯାଇ ନାହାନ୍ତି ସ୍କୁଲ୍

୭ ଜଣ ଦଶମ, ୫ ଜଣ ଦ୍ୱାଦଶ, ୧୦ ସ୍ନାତକ ଓ ୨ ଡକ୍ଟରେଟ୍ ପାସ୍ କରିଛନ୍ତି।

ପ୍ରଥମ ପର୍ଯ୍ୟାୟରେ ମୋଟ ପ୍ରାର୍ଥୀରୁ ୧୯ ପ୍ରତିଶତ ଅର୍ଥାତ ୭ ଜଣ ମହିଳା ଅଛନ୍ତି। ପ୍ରଥମ ପର୍ଯ୍ୟାୟ ଭୋଟ୍ ନେଇ ଏଡିଆର ଓ ଓଡ଼ିଶା ଇଲେକ୍ସନ୍ ୱାଚର ରିପୋର୍ଟରେ ଏହା ପ୍ରକାଶ ପାଇଛି।

୭ ଜଣ ପ୍ରାର୍ଥୀଙ୍କ ନାଁରେ ରହିଛି ଅପରାଧିକ ମାମଲା

୪ ସଂସଦୀୟ କ୍ଷେତ୍ରରେ ୩୭ ପ୍ରାର୍ଥୀଙ୍କ ମଧ୍ୟରୁ ୭ ଜଣଙ୍କ ନାଁରେ ଅପରାଧିକ ମାମଲା ରହିଛି। ୬ ଜଣଙ୍କ ନାଁରେ ହତ୍ୟା, ହତ୍ୟା ଉଦ୍ୟମ, ଠକେଇ, ଲାଞ୍ଚ ନେବା ମାମଲା ରହିଛି।

ପ୍ରଥମ ପର୍ଯ୍ୟାୟ ଭୋଟ୍ ନେଇ ଏଡିଆର ଓ ଓଡ଼ିଶା ଇଲେକ୍ସନ୍ ୱାଚର ରିପୋର୍ଟରେ ଏହା ପ୍ରକାଶ ପାଇଛି।

ଓଡ଼ିଆ ମହିଳା ହେଲେ ଆଲିଗଡ଼ ମୁସଲିମ୍‌ ବିଶ୍ୱବିଦ୍ୟାଳୟର ପ୍ରଥମ ମହିଳା କୁଳପତି

ନାଇମା ଖାତୁନ ଗୁଲରେଜ୍‌ ହୋଇଛନ୍ତି ଆଲିଗଡ଼ ମୁସଲିମ୍‌ ବିଶ୍ୱବିଦ୍ୟାଳୟର ପ୍ରଥମ ମହିଳା କୁଳପତି ।

ନାଇମା ଖାତୁନ ଜଣେ ଓଡ଼ିଆ। ତାଙ୍କ ଘର ଯାଜପୁର ଜିଲ୍ଲାରେ । ସେ କୁଳପତି ପଦରେ ୫ ବର୍ଷ ରହିବେ।

ନାମାଙ୍କନ ପତ୍ର ଦାଖଲ କଲେ କଂଗ୍ରେସର ନିର୍ମଳ

କେନ୍ଦୁଝର ଜିଲ୍ଲା ତେଲକୋଇ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସ ପ୍ରାର୍ଥୀ ନିର୍ମଳ ନାୟକ ଆଜି କେନ୍ଦୁଝର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ହଜାର ହଜାର କର୍ମୀ, ସମର୍ଥକଙ୍କ ଗହଣରେ ଏକ ଶୋଭାଯାତ୍ରାରେ ସ୍ଥାନୀୟ କାଳି ପଡିଆରୁ ବାହାରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଅବହେଳିତ ତେଲକୋଇ ନିର୍ବାଚନ ମଣ୍ଡଳୀର ବିକାଶ କରିବା ଓ ଲୋକଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇଦେବେ ବୋଲି କହିଛନ୍ତି। ସ୍ଥାନୀୟ ଅଞ୍ଚଳ ର ବହୁ ବିଦ୍ଧ୍ ସମସ୍ୟାକୁ ନେଇ ଲୋକ ଙ୍କ ପାଖକୁ ଯାଇ ଭୋଟ ମାଗିବ ବୋଲି କହିଛନ୍ତି।

Nuakhai wishes