ଆଜି ଶୁକ୍ରବାର ଅପରାହ୍ନ ସାଢେ ଚାରିଟା ସମୟରେ ବରଗଡ଼ ଜିଲ୍ଲା ଅତାବିରା ତହସିଲ କାର୍ଯ୍ୟାଳୟରେ ଆସନ୍ତା ମାର୍ଚ୍ଚ ୨୭ ତାରିଖ ବୁଧବାର ଦିନ ଇନପୁଟ ସବସିଡି ଓ ଫସଲବୀମା ପ୍ରଦାନ ଦାବିନେଇ ଅତାବିରା ତହସିଲ ଅଫିସରେ ତାଲାବନ୍ଦ ଆନ୍ଦୋଳନ କରିବା ପାଇଁ ତହସିଲଦାର ବ୍ରଜକିଶୋର ସାହୁଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।
ଦାବିପତ୍ର ଦେବା ସମୟରେ ଓଡ଼ିଶା ରାଜ୍ଯ କୃଷକ ସଂଗଠନର ସଭାପତି ବୀରେନ୍ଦ୍ର କର, ଟିକେଲାଲ ମିଶ୍ର, ସୁବାସ ଚନ୍ଦ୍ର ବିଶାଳ, ଅମୂଲ୍ଯ ସ୍ବାଇଁ, ଭେଂକଟ ରାଓ, ଭୂବନ ପଧାନ ପ୍ରମୁଖ ଉପସ୍ଥିତ ଥିଲେ।