କେନ୍ଦୁଝର ଜିଲା ପାଟଣା ବ୍ଲକ ଚିନାମାଳିପଶୀ, ପଲାଣଘାଟି ଓ ଏରେଣ୍ଡେଇ ପଞ୍ଚାୟତ ମୁଖ୍ୟାଳୟ ମାନଙ୍କ ରେ ମଙ୍ଗଳବାର ଭାଜପା ପକ୍ଷରୁ ବୁଥ ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଛି ।
ସଭା ପାଟଣା ମଣ୍ଡଳ ସଭାପତି ରମେଶ ଚନ୍ଦ୍ର ମହାନ୍ତ ଙ୍କ ଅଧ୍ୟକ୍ଷତାରେ ମଣ୍ଡଳ ପ୍ରଭାରୀ ତଥା ପୂର୍ବତନ ଜିଲା ପରିଷଦ ଅଧକ୍ଷା ମମିତା ନାଏକ, ବିଧାନସଭା ସଂଯୋଜକ ସୁଦର୍ଶନ ମହାନ୍ତ, ଲୋକସଭା ବିସ୍ତାରକ ଲାଲା ଜୀ ଡୋରା, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ପ୍ରହଲ୍ଲାଦ ପଲେଇ, ଜିଲ୍ଲା ସଂଯୋଜକ କୃଷ୍ଣଚନ୍ଦ୍ର ମହାନ୍ତ, ମଣ୍ଡଳ ସାଧାରଣ ସମ୍ପାଦକ ଶଶିଭୂଷଣ ମହାନ୍ତ ଙ୍କ ସହ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା।