ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅଧିନସ୍ଥ ସାଲେଝୁଲି ନିକଟରେ ଥିବା ମହୁରୀଆପାଲି ବିଲ ଭିତରୁ ବଗଛେରା ଗାଁର ଅବନ୍ତୀ ନଗରର ସୌମିତ୍ରୀ ଜଗଦଲା (କଲାକାଁହ୍ନୁ)ଙ୍କ ଶବକୁ ଆଜି ବୀରମହାରାଜପୁର ପୁଲିସ ଉଦ୍ଧାର କରିଛି ।
ମୃତ କଲାକାହ୍ନୁଙ୍କ ପୁଅ ପଞ୍ଚା ଜଗଦଲାଙ୍କ ଅଭିଯୋଗ ଅନୁସାରେ ଗତକାଲି କଲାକାହ୍ନୁକୁ କୁଡାପଡା ଗ୍ରାମର ଦୁଇଜଣ ବ୍ୟକ୍ତି କୈରାଝୁଲି ଗାଁକୁ କାମ କରିଯିବାକୁ ଡାକି ନେଇଥିଲେ ।