ଓଡ଼ିଆ ସିନେମା ଜଗତ ତଥା ଯାତ୍ରା ଜଗତର ଜଣା ଶୁଣା ଅଭିନେତା ରାଇମୋହନ ପରିଡାଙ୍କ ଶୁକ୍ରବାର ୫୮ ବର୍ଷ ବୟସରେ ଭୁବନେଶ୍ୱର ପ୍ରାଚୀ ବିହାର ସ୍ଥିତ ଘରୁ ଝୁଲନ୍ତା ଶବ ଉଦ୍ଧାର ହେବା ପରେ ରାଇମୋହନଙ୍କ ଜନ୍ମ ମାଟି କେନ୍ଦୁଝର ଜିଲ୍ଲା ପାଟଣା ଥାନା ଉଦୟପୁର ପରିଡା ସାହିରେ ଶୋକର ଛାୟା ଖେଳି ଯାଇଛି।
ତେବେ ଗାଁ ରେ ବିବାହିତ କରିଥିବା ରାଇମୋହନଙ୍କ ବିବାହିତା ସାନ ଭଉଣୀ ସସ୍ମିତା ପରିଡା ଅଭିଯୋଗ କରିଛନ୍ତି ଯେ ତାଙ୍କ ଭାଇଙ୍କୁ ସୁପରିକଳ୍ପିତହତ୍ୟା କରାଯାଇଛି କିମ୍ବା ଭୁବନେଶ୍ୱର ରେ କେହି ତାଙ୍କୁ ଆତ୍ମହତ୍ୟା ପାଇଁ ବାଧ୍ୟ କରାଯାଇଛି।ଏହାର ନିରପେକ୍ଷ ତଦନ୍ତ ପାଇଁ ଦାବି କରିଛନ୍ତି ।