ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ କରଞ୍ଜିଆ ଥାନା ଅଧୀନ ଘସଦା ଅଞ୍ଚଳର ସ୍ବର୍ଗତ ସୁଶାନ୍ତ ନାଏକଙ୍କ ୪ବର୍ଷ ୬ମାସର ପୁଅ ଲିପୁନ୍ ନାଏକ ଗତକାଲି ରାତ୍ରରେ ନିଜ ଘରେ ତଳେ ଶୋଇଥିବା ବେଳେ ଏକ ବିଷାକ୍ତ ଚିତି ସାପ ଡାହାଣ ହାତରେ କମୁଡ଼ି ଦେବାରୁ ଶିଶୁଟି ଚିତ୍କାର କରିଥିଲା ।
ପରିବାର ଲୋକେ ଜାଣି ଅଟୋରିକ୍ସା ଯୋଗେ କରଞ୍ଜିଆ ମେଡିକାଲରେ ରାତ୍ର ୪ଟାରେ ପହଞ୍ଚି ଡାକ୍ତରଙ୍କୁ ଦେଖାଇବା ପରେ ଡାକ୍ତର ମୃତ ଘୋଷଣା କରିଥିଲେ।