ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅଧୀନ କାଉପୁର ପଞ୍ଚାୟତ ସିରାପୁର ଗାଁର ସୁବାସ ସାହୁ ନାଲଗରା ଇଟାଭାଟି ପଡିଆ ଦେଇ ଘରକୁ ଆସୁଥିବାବେଳେ ତଳେ ପଡିଥିବା ବିଦ୍ୟୁତ୍ ତାରକୁ ଜାଣିନପାରି ଚଢି ଯାଇଥିଲେ ଫଳରେ ଘଟଣାସ୍ଥଳରେ ସୁବାସଙ୍କର ମୃତ୍ୟୁ ହୋଇଛି ।
ବିଦ୍ୟୁତ୍ ବିଭାଗର ଅବହେଳା ପାଇଁ ସୁବାସଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର ଲୋକେ ।