୪୫ ବର୍ଷ ଧରି ଯାତ୍ରାରୁ ଚଳଚ୍ଚିତ୍ର ପର୍ଯ୍ୟନ୍ତ ଶହ ଶହ ରୁଚି ସମ୍ପନ୍ନ ଗୀତ କରି ଓଡ଼ିଆ ସଙ୍ଗୀତ ଜଗତକୁ ଋଦ୍ଧିମନ୍ତ କରିଛନ୍ତି ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ୍ ତଅଁରା ପଞ୍ଚାୟତ କରଡ଼ା ଗ୍ରାମରେ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ପବିତ୍ର ପଟ୍ଟନାୟକ l
କେନ୍ଦ୍ର ସରକାରୀ ସେବାରୁ ଅବସର ପରେ ଶ୍ରୀ ପଟ୍ଟନାୟକ ସମ୍ପୂର୍ଣ୍ଣ ସଙ୍ଗୀତ ପ୍ରତି ସମର୍ପିତ l ସରକାରୀ ଅଡିଟ୍ ଚାକିରିର ବ୍ୟସ୍ତବହୁଳ ଜୀବନ ଭିତରେ ଛୁଟି ଓ ଅବସର ସମୟରେ ଅନେକ ରୁଚି ସମ୍ପନ୍ନ ଓଡ଼ିଆ ଗୀତ ତିଆରି କରି ଏହି ରେକର୍ଡ କରିବାରେ ସେ ହେଉଛନ୍ତି ପ୍ରଥମ ଅଣ ପେସାଦାର ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ l