ଡୁରା ଓଭର ବ୍ରିଜ ଠାରୁ ଗୋପାଳପୁର ମୁଖ୍ୟ ରାସ୍ତା ଅନ୍ଧାର ଥିବା କୁ ନେଇ ବହୁ ବାର ଅଲୋକିକରଣ ପାଇଁ ଦାବି କରି ଆସୁଥିବା ବେଳେ ପ୍ରଶାସନ ଏଥି ଗୁରୁତ୍ଵ ସହ ନେଇ ଆଲୋକିରଣ ପାଇଁ ତତ୍ପରତା ହୋଇଥିବା ଦେଖିବାକୁ ମିଳିଛି।
କିଛି ଦିନ ହେଲା ଆଲୋକିକରଣ ନିମନ୍ତେ କାମ ହୋଇଥିବା ବେଳେ ବର୍ତ୍ତମାନ ରାସ୍ତା ମଝିରେ ପୋଲ ପୋତା ଯାଉଥିବା ଦେଖିବାକୁ ମିଳିଛି।ମିଳିଥିବା ସୂଚନା ଅନୁସାରେ ଡୁରା ଠାରୁ ଗୋପାଳପୁର ପର୍ଯ୍ୟନ୍ତ ୧୮୬ ଟି ପୋଲ ପୋତା ଯିବା ସହ ରାସ୍ତାର ଉଭୟ ପାର୍ଶ୍ବରେ ୨ ଟି ଏଲ ଇ ଡି ଲାଇଟ ଲଗାଯିବ ବୋଲି ଜଣାପଡିଛି।