ମହୁମାଛି ଆକ୍ରମଣ ରେ୧୫ରୁ ଉର୍ଦ୍ଧ୍ବ ଲୋକ ଆହତ

କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ବଜାରରେ ମହୁମାଛି ଆକ୍ରମଣରେ ମଙ୍ଗଳବାର ୧୫ ରୁ ଉର୍ଦ୍ଧ୍ବ ଲୋକେ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ କଲେଜ ଛାତ୍ରଛାତ୍ରୀଙ୍କ ସମେତ ବିଦ୍ୟୁତ କାର୍ଯ୍ୟାଳୟର ୩ ଜଣ କର୍ମଚାରୀ ଅଛନ୍ତି। ତୁରୁମୁଙ୍ଗା କଲେଜ ରାସ୍ତାରେ ଯାଉଥିବା ସମୟରେ ବିଦ୍ୟୁତ କାର୍ଯ୍ୟାଳୟ ନିକଟରେ ମହୁମାଛି ଆକ୍ରମଣ କରିଛନ୍ତି।

ବିଦ୍ୟୁତ ବିଲ ପୈଠ କରିବାକୁ ଆସିଥିବା ଲୋକେ ମଧ୍ୟ ମହୁମାଛି ଆକ୍ରମଣର ଶିକାର ହୋଇଛନ୍ତି। ବିଦ୍ୟୁତ କାର୍ଯ୍ୟାଳୟ ପରିସରରେ ଏକ ଗଛରେ ଥିବା ମହୁମାଛି ବସାରେ ବାଜ ପକ୍ଷୀ ଆକ୍ରମଣ କରିଥିବାରୁ ମହୁମାଛି ଆକ୍ରମଣ କରିଥିବା ଜଣାପଡ଼ିଛି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version