ମଞ୍ଜୁଲତା ନାୟକଙ୍କୁ ପୁରସ୍କାର

ବଲାଙ୍ଗିର ଜିଲ୍ଲାର ଲୋଇସିଂହା ବ୍ଳକ ଅନ୍ତର୍ଗତ ଭାଲୁପାଲି କେନ୍ଦ୍ରର ଶ୍ରୀମତୀ ମଞ୍ଜୁଲତା ନାୟକ ତାଙ୍କର ନିଷ୍ଠାପର ଭାବେ ଭାଲୁପାଲି ଗ୍ରାମରେ ଶିଶୁ ବିକାଶ ଯୋଜନା ଅନ୍ତର୍ଗତ ବିଭିନ୍ନ ଜନହିତକର ସେବା ଯୋଗାଇ ଦେଇ ଆସୁଛନ୍ତି। ବିଶେଷ କରି କରୋନା ମହାମାରୀ ସମୟରେ ନିର୍ଭୟରେ ନିଜ ଅଞ୍ଚଳରେ ସାଧାରଣ ଜନତାଙ୍କ ସେବା ତଥା ସଚେତନତା ଉପରେ ସର୍ବଦା ତତ୍ପର ଥିଲେ।

ତାଙ୍କର ଏହି ନିଃସ୍ଵାର୍ଥ ସେବା ଯୋଗାଇଦେବା ଯୋଗୁଁ ଆଜି ବଲାଙ୍ଗିର ଜିଲ୍ଲାର ସର୍ବଶ୍ରେଷ୍ଠ ଅଙ୍ଗନବାଡି କର୍ମୀ ଭାବେ ତାଙ୍କୁ ସମ୍ମାନିତ କରାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version