ଭିସୁଟର ପୂର୍ବତନ ଛାତ୍ରୀ ଚିନ୍ମୟୀ ସାହୁଙ୍କ ମୃତ୍ୟୁ ଘଟଣାରେ ଭିସେରା ରିପୋର୍ଟରେ ଇଥାଇଲ ଆଲକହଲ ସେବନ ସୂଚନା ମିଳିଥିବା ସ୍ପଷ୍ଟ କରିଛନ୍ତି ସମ୍ବଲପୁର ଏସ୍ପି ବି. ଗଙ୍ଗାଧର।
ମୃତ୍ୟୁ ପୂର୍ବରୁ ଅଲକହଲ ସେବନ କରିଥିବା ସ୍ପଷ୍ଟ ହୋଇଛି। ସିସିଟିଭି ଫୁଟେଜ୍ରେ ପିଇବା ବେଳର ଫୁଟେଜ୍କୁ ଏହା ଲିଙ୍କ୍ କରୁଛି ପୁଲିସ।ଡାୟାଟମ ରିପୋର୍ଟରେ ମୃତ୍ୟୁର କାରଣ ପାଣିରେ ବୁଡ଼ି ବୋଲି ଆସିଥିଲା, ଏହା ଆତ୍ମହତ୍ୟା, ନା କେହି ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇଥିଲେ, ତଦନ୍ତ ଚାଲିଛି।