ବଳାତ୍କାର ମାମଲାରେ କୋଡ଼ିଏ ବର୍ଷ ଜେଲ ଦଣ୍ଡ

ଏକ ନାବାଳିକା ବଳାତ୍କାର ମାମଲାରେ କେନ୍ଦୁଝର ଜିଲ୍ଲା ଅତିରିକ୍ତ ଓ ସ୍ଵତନ୍ତ୍ର ଜଜ ଶୁଭଶ୍ରୀ ତ୍ରିପାଠୀ ଜଣେ ନାବାଳକକୁ କୋଡ଼ିଏ ବର୍ଷ ଜେଲ ଓ ୫୩ ହଜାର ଟଙ୍କା ଫାଇନ ଆଦେଶ କରିଛନ୍ତି।

୨୦୧୭ ମସିହା ଅପ୍ରେଲ ମାସରେ ଏହି ବଳାତ୍କାର ଘଟଣା ଘଟିଥିବା ବେଳେ ତିନି ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଏହି ଅଭିଯୁକ୍ତଙ୍କ ବୟସ ସେତେବେଳେ ୧୭ ହୋଇଥିଲା। ୨୨ ଜଣ ସାକ୍ଷୀଙ୍କ ବୟାନ ଓ ପୁଲିସ ତଦନ୍ତ ରିପୋର୍ଟକୁ ଆଧାର କରି ଏହି ଆଦେଶ କରାଯାଇଛି। ପୂର୍ବରୁ ଏହି ଘଟଣାରେ ଦୁଇ ଜଣଙ୍କୁ ଦଣ୍ଡ ହୋଇଥିବା ବେଳେ ଆଜି ଅନ୍ୟ ଜଣଙ୍କ ଦଣ୍ଡ ଶୁଣାଣି ହୋଇଛି ବୋଲି ସ୍ୱତନ୍ତ୍ର ପିପି ଗଣେଶ ପ୍ରସାଦ ମହାପାତ୍ର କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version