ପିସିସି ସଭାପତି ଶରତ ପଟ୍ଟନାୟକ ଆଜି ବାରିପଦା ଗସ୍ତରେ ଆସିଛନ୍ତି। ଦଳୀୟ କର୍ମୀଙ୍କ ଦ୍ଵାରା ସ୍ୱାଗତ ସମ୍ବର୍ଦ୍ଧନା ସହ ଏକ ବାଇକ ରେଲିରେ ଟାଉନ ପରିକ୍ରମା କରିଥିଲେ।
ଏହା ପରେ ସାଇବିନାୟକ ମଣ୍ଡପରେ ଜନ ସମ୍ପର୍କ ଯାତ୍ରାକୁ ନେଇ କର୍ମକର୍ତ୍ତାଙ୍କ ସଭା କାର୍ଯ୍ୟକ୍ରମ ଜିଲ୍ଲା କଂଗ୍ରେସ ସଭାପତି ହେମନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଦଳୀୟ ସ୍ଥିତି ସୃଦୁଢ଼ କରିବା ପାଇଁ କର୍ମୀ ମାନଙ୍କ ସହ ପିସିସି ସଭାପତି ଆଲୋଚନା କରିଥିଲେ।