ଜାତୀୟ କଂଗ୍ରେସ ରାଜ୍ୟରେ ନଅଟି ଗ୍ୟାରେଣ୍ଟି ଜାରି କରିଛି। ସେସବୁ ପୂରଣ ପାଇଁ ପ୍ରତିଶ୍ରୁତି ବଦ୍ଧ ବୋଲି ଅଧ୍ୟକ୍ଷତା କରି ଜିଲ୍ଲା ସଭାପତି ମୋହନ ପରିଡ଼ା ପ୍ରେସ ମିଟରେ କହିଥିଲେ। କଂଗ୍ରେସ ହିଁ ଦେଶ ଓ ଦେଶବାସୀଙ୍କ ବିକାଶ କରିପାରିବ। କଂଗ୍ରେସ ସମୟର ଗରିବ ଜନକଲ୍ୟାଣ ଯୋଜନାକୁ ଏବେକାର ସରକାର ବାହାବାହା ନେଉଛନ୍ତି ବୋଲି କହିଥିଲେ।
କଂଗ୍ରେସ ସଭାପତି ମୋହନ ପରିଡ଼ା,ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ର, ସମ୍ପାଦକ ସଂଗ୍ରାମ ଦାସ, ଆଦିବାସୀ ନେତା ବିନୋଦ ବିହାରୀ ନାୟକ, ମିଡ଼ିଆ ମୁଖ୍ୟ ଦିଲୀପ ସାହୁ, ରାଜ୍ୟ ମହିଳାକଂଗ୍ରେସ ଉପସଭାନେତ୍ରୀ ସଂଗୀତା ସିଂହ, ଉତ୍ତମ ସାହୁ ଉପସ୍ଥିତ ଥିଲେ ।