ଅମାୟିକ ସଚ୍ଚିଦାନନ୍ଦଙ୍କ ବିୟୋଗରେ ଶୋକ

କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ମୁଖ୍ୟାଳୟ ଦୁର୍ଗାଦେଇପୁର ଶାସନର ଅମାୟିକ ବ୍ୟକ୍ତି ସଚ୍ଚିଦା ନନ୍ଦ ଦାଶଙ୍କ ୮୩ ବର୍ଷ ବୟସରେ ସୋମବାର ବିଳମ୍ବିତ ରାତ୍ରିରେ ପରଲୋକ ଘଟିଛି।

ଦୀର୍ଘ ଦିନରୁ ସେ ମଧୁମେହ ରୋଗରେ ପୀଡିତ ଥିଲେ। ମଙ୍ଗଳବାର ତାଙ୍କ ମର ଶରୀରକୁ ଏକ ଶୋଭା ଯାତ୍ରାରେ ନେଇ ବୈତରଣୀ ନଦୀ କୁଳ ସ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଛି। ସେ ଭାରତ ସଞ୍ଚାର ନିଗମରୁ ଏସଡିଓ ଭାବେ ଅବସର ଗ୍ରହଣ କରିଥିଲେ। ବଡ଼ପୁଅ ରଜତ ମୁଖାଗ୍ନି ଦେଇଛନ୍ତି।ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଶେଷଦର୍ଶନ କରିବା ସହ ଶୋକ ପ୍ରକାଶ କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version