ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପରିସର ମଧ୍ୟରେ ଥିବା ସିନେଟ୍ ହଲ ଠାରେ ଆଜି ଅପରାହ୍ନରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଅଣ ଶିକ୍ଷକ କର୍ମଚାରୀ ସଂଘର ସାଧାରଣ ବୈଠକ ସହ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା।
ସଭାପତି ଭାବେ ଅଜିତ କୁମାର ବେହେରା, ସାଧାରଣ ସମ୍ପାଦକ ବିଶ୍ଵ ବିହାରୀ ବିଷୋୟୀ, ଉପ ସଭାପତି ପ୍ରଶାନ୍ତ କୁମାର ପାଢ଼ୀ ଓ ପ୍ରଶାନ୍ତ କୁମାର ମହାନ୍ତି, ସମ୍ପାଦକ ସୁବାଷ ଚନ୍ଦ୍ର ମାଝୀ ଓ ଏମ୍. ରାମୁ, କୋଷାଧ୍ୟକ୍ଷ ଶ୍ରୀନିବାସ ପାଢ଼ୀ, ଉପଦେଷ୍ଟା ଭାବେ ରବିଦ୍ର ନାଥ ପାଣିଗ୍ରାହି, ଦୁର୍ଗା ଚରଣ ହୋତା, ଭାରତୀ ଭୂଷଣ ପାଢ଼ୀ,ନରେନ୍ଦ୍ର ବିଷୋୟୀଙ୍କୁ ସର୍ବସମ୍ମତି ଭାବେ ଚୟନ ହୋଇଛନ୍ତି।