ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଳକର ଡୁକୁରା ଛକରେ ଓବିସି ମୋର୍ଚ୍ଚା ପକ୍ଷରୁ ଶାନ୍ତିପୂର୍ଣ୍ଣ ଭାବେ ଭାରତ ବନ୍ଦ ପାଳନ ହୋଇଯାଇଛି ।
ଓବିସିମାନଙ୍କ ପ୍ରତି ସରକାରଙ୍କର ବୈମାତୃକ ମନଭାବ ପୋଷଣ, ଜାତି ଆଧାରରେ ଜନଗଣନା ଆଦି ୧୦ ଦଫା ଦାବି ନେଇ ଆନ୍ଦୋଳନକାରୀମାନେ ବ୍ୟବସାୟିକ ପ୍ରତିଷ୍ଠାନକୁ ବନ୍ଦ କରିବା ସହ ରାଜରାସ୍ତା ଅବରୋଧ କରି ପ୍ରତିବାଦ କରିଥିଲେ ।