ପ୍ରାଥମିକ ଶିକ୍ଷକ ସଂଘର ଡାକରାରେ ଡ୍ରେସ୍ କୋଡ ବର୍ଜନ
ସୁନ୍ଦରଗଡ ପ୍ରାଥମିକ ଶିକ୍ଷକ ମାନେ ସରକାର ଦାବୀ ନ ମାନିବା ତଥା ଯେପରି ରାତି ଅଧିଆ ରାଲିକୁ ଭଣ୍ଡୁର କରିବା ପ୍ରତିବାଦରେ ଆଜିଠୁ ଡ୍ରେସ୍ କୋର୍ଡ ବର୍ଜନ କରିଛନ୍ତି।
Credible Local News of Odisha
ସୁନ୍ଦରଗଡ ପ୍ରାଥମିକ ଶିକ୍ଷକ ମାନେ ସରକାର ଦାବୀ ନ ମାନିବା ତଥା ଯେପରି ରାତି ଅଧିଆ ରାଲିକୁ ଭଣ୍ଡୁର କରିବା ପ୍ରତିବାଦରେ ଆଜିଠୁ ଡ୍ରେସ୍ କୋର୍ଡ ବର୍ଜନ କରିଛନ୍ତି।
ବାରମ୍ବାର ଚେତାବନୀ ସତ୍ତ୍ୱେ ଭୁବନେଶ୍ୱର ନୟାପଲ୍ଲୀର ଏକ ମଲ ପରିମଳ ପ୍ରତି ସଚେତନ ନ ହୋଇ ପରିସରକୁ ଅପରିଷ୍କାର ରଖୁ ଥିବାରୁ ଆଜି ବିଏମସି ଅଧିକାରୀ ମାନେ ଚଢ଼ାଉ କରି ମଲକୁ ଏକ ସପ୍ତାହ ପାଇଁ ସିଲ କରିଛନ୍ତି l
କୋରାପୁଟ ଜିଲ୍ଲା ବନ୍ତଳବିରି ଛକରେ ଚେକିଂ ବେଳେ ପୁଲିସ ଧରିଛି।
ବନ୍ତଳବିରି ଅଞ୍ଚଳରୁ ମହାରାଷ୍ଟ୍ରକୁ ଚାଲାଣ ହେଉଥିଲା ଗଞ୍ଜେଇ।
ନୂଆପଡ଼ା ସିନାପାଲି ଥାନା ଚୌରା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି।
ଗାଧୋଇବା ବେଳେ ଉଭୟ ପୋଖରୀରେ ବୁଡ଼ି ଯାଇଥିଲେ। ମୃତକଙ୍କ ମଧ୍ୟରୁ ଜଣଙ୍କର ବୟସ ୭ ଓ ଅନ୍ୟଜଣଙ୍କର ୯ ବର୍ଷ ରହିଛି।
ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାର ପ୍ରବଳ ବର୍ଷା ନେଇ ୧୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।
ଗଞ୍ଜାମ, ଗଜପତି, କୋରାପୁଟ, ନବରଙ୍ଗପୁର, ରାୟଗଡା,ମାଲକାନଗିରି, କନ୍ଧମାଳ, ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝରକୁ ସତର୍କତା ଜାରି ହୋଇଛି। ବାକି ୨୦ ଜିଲ୍ଲାରେ ବି ଘଡଘଡି ବିଜୁଳି ସହ ବର୍ଷାର ପ୍ରଭାବ ରହିବ।
ଆଜି ସନ୍ଧ୍ୟାରେ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା ପରେ ଏବଂ ସରକାରଙ୍କ ଠାରୁ ଲିଖିତ ପ୍ରତିଶ୍ରୁତି ପାଇବା ପରେ ଆନ୍ଦୋଳନ ତିନି ମାସ ପାଇଁ ସ୍ଥଗିତ ରହିଲା ବୋଲି ଡ୍ରାଇଭର ମହାସଂଘର କର୍ମକର୍ତ୍ତା ମାନେ କହିଛନ୍ତି l
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତହସିଲ କେନଝିରିଆପାଲି ରାଜସ୍ବ ନୀରିକ୍ଷକଙ୍କ କାର୍ଯ୍ୟାଳୟ ଅଧିନସ୍ଥ ବହଳପଦର ପଞ୍ଚାୟତର ବଡମାଳ ଗ୍ରାମରେ ଗୋଚର ଜମି ଜବରଦଖଲ ଅଭିଯୋଗକୁ ନେଇ ଗ୍ରାମବାସୀ ଗୁରୁବାର ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରିଥିବା ଜଣାଯାଇଛି । ଜିଲ୍ଲାପାଳଙ୍କ ଅନୁପସ୍ଥିତରେ ଏଡିଏମ ସୁର୍ଯ୍ୟନାରାୟଣ ଦାଶ ଦାବୀପତ୍ର ଗ୍ରହଣ କରିଥିବା ଜଣାଯାଇଛି ।
କେନ୍ଦୁଝର ଜିଲା ପାଟଣା ବ୍ଲକ ଟାଙ୍ଗର ପଡା ପଞ୍ଚାୟତ ଅଙ୍କୁରା ଗ୍ରାମରୁ ମାର୍ଚ୍ଚ ୭ ତାରିଖ ରେ ଜଣେ ଅଜଣା ମାନସିକ ବିକୃତ ବ୍ୟକ୍ତି ରାସ୍ତା କଡ଼ ରେ ଅସୁସ୍ଥ ହୋଇ ପଡି ଥିଲେ ତାଙ୍କୁ ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସ ରେ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ।
ପରେ ତାଙ୍କୁ ଗୁରୁତର ଅବସ୍ଥା ରେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସା ଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।
ଡ୍ରାଇଭର ମହାସଂଘ ପକ୍ଷରୁ ଚାଲିଥିବା ଆନ୍ଦୋଳନ ପରିପ୍ରେକ୍ଷୀରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ଏକ ବୈଠକରେ ଆସନ୍ତା ତିନି ମାସ ମଧ୍ୟରେ ଡ୍ରାଇଭର ଏକତା ମହାସଂଘର ଦାବି ଗୁଡିକ ପୂରଣ ପାଇଁ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି l
ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଡ୍ରାଇଭର ଏକତା ମହାସଂଘର ଅଧିକାରୀ ଓ ସଦସ୍ୟ ମାନେ ଉପସ୍ଥିତ ଥିଲେ l
ସୋନପୁର ସଦରବ୍କକ ଲଛିପୁର ଡ୍ରାଇଭର ମହାସଂଘର ଲଛିପୁର ହନୁମାନ ଛକ ନିକଟରେ ବସି ଅନିର୍ଦ୍ଦଷ୍ଟ କାଳପାଇଁ ଶାନ୍ତିପୂର୍ଣ୍ଣ ଷ୍ଟିଅରିଂ ଛାଡ ଆନ୍ଦୋଳନ କରୁଥିବା ଦେଖିବାକୁ ମିଳିଛି।