ଆଜି ପ୍ରକାଶ ପାଇଥିବା ଓଡିଶା ଇଲେକ୍ସନ ୱାଚର ରିପୋର୍ଟ ଅନୁସାରେ ରାଜ୍ୟରେ ନବ ନିର୍ବାଚିତ 851 ଜିଲ୍ଲା ପରିଷଦ ସଦସ୍ୟଙ୍କ ମଧ୍ୟରୁ 726 ଜଣଙ୍କ ସତ୍ୟପାଠରୁ ଜଣାପଡିଛି 82 ଜଣଙ୍କ ନାମରେ ଫୌଜଦାରୀ ମାମଲା ରହିଛି l
65 ଜଣଙ୍କ ନାମରେ ଗୁରୁତର ମାମଲା ଥିବା ବେଳେ 15 ଜଣଙ୍କ ନାମରେ ହତ୍ୟା ଉଦ୍ୟମ ଏବଂ 12 ଜଣଙ୍କ ନାମରେ ମହିଳା ହିଂସା ମାମଲା ରହିଛି l