କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ରାଜନଗର ପଞ୍ଚାୟତ ନୂଆଗାଁରେ ରବିବାର ଏକ ପରିତ୍ୟକ୍ତ କୂଅର ୪୦ ଫୁଟ୍ ତଳକୁ ଖସି ପଡିଥିବା ବଳଦକୁ ପାଟଣା ଅଗ୍ନିଶମ ବାହିନୀ ସୁରକ୍ଷିତ ଭାବରେ ଉଦ୍ଧାର କରିଛନ୍ତି ।
ସୂଚନା ଅନୁଯାୟୀ, ୨ଟି ବଳଦ ମଧ୍ୟରେ ଲଢେଇ ଯୋଗୁଁ ଦୁଃଶାସନ ନାଏକଙ୍କ ଗୋଟିଏ ବଳଦ ଗଭୀର କୂଅ ଭିତରେ ଖସି ପଡ଼ିଥିଲା ।