ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ସନ୍ଦେହ

ବାଲେଶ୍ୱର ଜିଲ୍ଲା ନୀଳଗିରି ଅନ୍ତର୍ଗତ ବରଗାଡ଼ିଆ ଗାଁର ଶ୍ୟାମସୁନ୍ଦର ସିଂ ନାମକ ଜଣେ ଯୁବକ ଗତକାଲି ସନ୍ଧ୍ୟାରେ ନିକଟସ୍ଥ ହାଟକୁ ଯାଇଥିବା ବେଳେ ହାତୀ ଆକ୍ରମଣରେ ମୃତ୍ୟୁ ହୋଇଥିବା ସନ୍ଧେହ କରାଯାଉଛି ।

ଗତକାଲି ସନ୍ଧ୍ୟାରୁ ବହୁ ଖୋଜାଖୋଜି ପରେ ଆଜି ନିକଟସ୍ଥ ଜଙ୍ଗଲ ରାସ୍ତାରୁ ତାଙ୍କର ମୃତ ଦେହ ଠାବ ହୋଇଥିବା ସୂଚନା ମିଳିଛି ।ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version