ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମା ରୁଦ୍ରକାଳୀ ତୃତୀୟ ଲିଙ୍ଗୀ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ସହାୟତା ରାଶି ଯୋଗାଇ ଦିଆଯାଇଛି ।
ଜିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ର ସେମାନଙ୍କୁ ୫୦ହଜାର ଟଙ୍କାର ଚେକ ପ୍ରଦାନ କରିଥିଲେ । ଏଥିସହିତ ସେମାନଙ୍କ ବିଭିନ୍ନ ସୁବିଧା, ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ ।ଖାଦ୍ୟ ସାମଗ୍ରୀ କିମ୍ବା ଅନ୍ୟ କୌଣସି ଷ୍ଟଲ ଖୋଲି ନିଜେ ସ୍ବାବଲମ୍ବୀ ହେବା ପାଇଁ ପରାମର୍ଶ ଦେଇଥିଲେ ।ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆରକ୍ଷୀ ଅଧିକ୍ଷକ ଜ୍ଞାନରଞ୍ଜନ ମହାନ୍ତି ଉପସ୍ଥିତ ଥିଲେ ।