ସୁନ୍ଦରଗଡ଼ ଜିଲ୍ଲାର ବ୍ଲକ୍ ସଦରମହକୁମାଗୁଡ଼ିକୁ ପ୍ରତିଦିନ ବିଭିନ୍ନ କାମରେ ଆସୁଥିବା ଜନସାଧାରଣଙ୍କ ସୁବିଧା ପାଇଁ ପ୍ରଶାସନ ପକ୍ଷରୁ ‘ଉତ୍କଳ କିଚେନ’ ଆରମ୍ଭ ହୋଇଯାଉଛି।
ପାଇଲଟ୍ କାର୍ଯ୍ୟକ୍ରମ ଭାବେ କୁଆରମୁଣ୍ଡା ବ୍ଲକରେ ଜିଲ୍ଲାର ପ୍ରଥମ ‘ଉତ୍କଳ କିଚେନ୍’ ଖୋଲିଛି। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପରିଚାଳିତ ଏହି ଭୋଜନାଳୟରେ ସ୍ୱାସ୍ଥ୍ୟକର ପରିବେଶ ସହିତ ଉଚିତ ମୂଲ୍ୟରେ ସକାଳ ଓ ସନ୍ଧ୍ୟା ଜଳଖିଆ ତଥା ମଧ୍ୟାହ୍ନ ଭୋଜନ ମିଳୁଛି।