ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ହରିହରପୁର ପଞ୍ଚାୟତ ଅଧିନ ହରିହରପୁର, ଗୋଡ଼ିବନ୍ଧ, ଦୁମୁଦୁମା, ସୁନାଖଣି, ଏକଘରିଆ ଗ୍ରାମର ସରକାରୀ ବିଦ୍ୟାଳୟ ଏବଂ ଅଙ୍ଗନବାଡି କେନ୍ଦ୍ରଗୁଡିକୁ ସରପଞ୍ଚ ଦିପ୍ତିମୟୀ ପ୍ରଧାନ, ପଞ୍ଚାୟତ ସେକ୍ରେଟାରୀ ବିଜୟ ସାହୁ,ୱାର୍ଡମେମ୍ବର ଏବଂ ଯୁବ ସମାଜସେବୀ ସୌଭାଗ୍ୟ କୁମାର ପ୍ରଧାନ ପରିଦର୍ଶନ କରିଥିଲେ l
ସେଠାରେ ସେମାନେ ପିଲାଙ୍କର ପାଠପଢା ଦେଖିଥିଲେ l ଏଥିସହ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସହ ବିଭିନ୍ନ ଅସୁବିଧା ବିଷୟରେ ଆଲୋଚନା କରିବା ସହ ବିଦ୍ୟାଳୟ ଗୁଡିକର ଉନ୍ନତିକରଣ ବିଷୟରେ ଆଲୋଚନା କରିଥିଲେ l