ନିକଟରେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଗଣମାଧ୍ୟମକୁ ବିବୃତି ଦେଇ କହିଥିଲେ ପିସିସି ମୁଖ୍ୟ କିଏ ହେବ ତାହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଥିର କରନ୍ତି l
ଏଭଳି ବିବୃତି ଦଳର ଭାବମୂର୍ତ୍ତି କ୍ଷୁଣ୍ଣ କରୁଥିବାରୁ ଆଜି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଶ୍ରୀ ରାଉତରାୟଙ୍କ ଠାରୁ କୈଫିୟତ ତଲବ କରିଛନ୍ତି l