ଆଜି ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା +୨ ମହାବିଦ୍ୟାଳୟରେ କବିବର ରାଧାନାଥ ରାୟଙ୍କ ସାହିତ୍ୟ ସମ୍ଭାର ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି l
ତେବେ କଲେଜର ଅଧ୍ୟକ୍ଷ ଭୋଳାନାଥ କର୍ମୀଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ସାହିତ୍ୟ ଗବେଷକ ସୁଦାମ ନାଏକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କବିବରଙ୍କ ସ୍ମୃତିଚାରଣ କରିଥିଲେ l ତେବେ ଏହି କାର୍ଯ୍ୟକ୍ରମରେ କଲେଜର ସମସ୍ତ ଛାତ୍ରଛାତ୍ରୀ ଏବଂ କର୍ମଚାରୀ ଅଂଶ ଗ୍ରହଣ କରିଥିଲେ l