ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଳକ ଅନ୍ତର୍ଗତ କର୍ତଙ୍ଗ ହାଇସ୍କୁଲ ଠାରେ ଆଜି ଅପରାହ୍ନରେ ଅନୁଷ୍ଟିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ଦ୍ଵାରା ଜିଲ୍ଲାର ୫ଟି ଉପକ୍ରମରେ ରୂପାନ୍ତରିତ ହୋଇଥିବା ୪୧ଟି ହାଇଏସ୍କୁଳକୁ ଲୋକାର୍ପଣ କରିଥିଲେ ।
ଏହି ଅବସରରେ ମାନ୍ୟବର ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ,ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା,ଜିଲ୍ଲାପାଳ ଅବୋଲି ସୁନୀଲ ନରୱନେଙ୍କ ସମେତ ଜିଲ୍ଲା ଓ ବ୍ଳକ ସ୍ତରୀୟ ଅଧିକାରୀ,ବିଭିନ୍ନ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ,ରାଜନୈତିକ ବ୍ୟକ୍ତି,ଗଣମାଧ୍ୟମ ପ୍ରତିନିଧି,ସାଧାରଣ ଜନତା ଉପସ୍ଥିତ ଥିଲେ ।