ଆଜି ନୂଆପଡା ଜିଲ୍ଲାର ବୋଡେ଼ନ ବ୍ଲକ ଅଞ୍ଚଳରେ ମାଓବାଦୀଙ୍କ ଗୁଳିରେ ସହିଦ ହୋଇଥିବା ସିଆରପିଏଫ ଯବାନ ଶିଶୁପାଳ ସିଂ, ଶିବଲାଲ ଏବଂ ଧର୍ମେନ୍ଦ୍ର କୁମାର ସିଂଙ୍କ ପରିବାରକୁ 20 ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି l
ଏଏସଆଇ ଶିଶୁପାଳଙ୍କ ଘର ଉତ୍ତର ପ୍ରଦେଶ ଓ ଶିବଲାଲଙ୍କ ଘର ହରିଆନାରେ ହୋଇଥିବା ବେଳେ କନଷ୍ଟେବଳ ଧର୍ମେନ୍ଦ୍ର କୁମାରଙ୍କ ଘର ବିହାରରେ l