ସଂରକ୍ଷିତ ଜଙ୍ଗଲ ଘୋଷଣାକୁ ବିରୋଧ

ଗ୍ରାମ ନିକଟ ଜଙ୍ଗଲକୁ ସଂରକ୍ଷିତ ଅଞ୍ଚଳ ଦର୍ଶାଇ ଗ୍ରାମବାସୀଙ୍କୁ ଗାଁରୁ ହଟିଯିବା ନେଇ ନୋଟିସ ଜାରି କରାଯାଇଥିବା ବିରୋଧରେ ଆଜି (ସୋମବାର) ମଧ୍ୟାହ୍ନରେ ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ଅନ୍ତର୍ଗତ ନୂଆଗାଁ, ମଣଦା, ଅସନା ପଞ୍ଚାୟତର ୧୭ଟି ଗାଁର ବାସିନ୍ଦା ବିଶୋଇ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ଯଶିପୁରର ପୂର୍ବତନ ବିଧାୟକ ଶ୍ରୀ ଶମ୍ଭୁନାଥ ନାଏକ ଯୋଗଦେଇ ନିରୀହ ଆଦିବାସୀଙ୍କୁ ଜାରି କରାଯାଇଥିବା ନୋଟିସକୁ ତୁରନ୍ତ ପ୍ରତ୍ୟାହାର ପାଇଁ ଦାବି କରିଛନ୍ତି। ହଜାର ହଜାର ମହିଳା ପୁରୁଷ ଏକ ରାଲିରେ ବାହାରି ତହସିଲ ସମ୍ମୁଖରେ ଏକତ୍ରିତ ହୋଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version