କନ୍ଧମାଳ ଜିଲ୍ଲା କେ ନୂଆଗାଁ ବ୍ଲକ ସଦର ଜନ ବିକାଶ ସଭା ଗୃହ ଠାରେ ରେଆର ଅନୁଷ୍ଠାନ ତରଫରୁ ଆଜି ଶିଶୁ ଯୌନ ନିର୍ଯାତନା କୁ ନିରାକରଣ କରିବା ସକାଶେ ଏକ ଦିନିକିଆ ତାଳିମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଏଥିରେ ଅତିଥି ଭାବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚିନ୍ମୟ କହର ଯୋଗ ଦେଇଥିବା ବେଳେ ସାଧନ କର୍ମୀ ଭାବରେ ରାଜିବ କର୍ମୀ ଓ ସୁଦାମ ଗାଇଗରିଆ ଯୋଗ ଦେଇ ଶିଶୁ ମାନଙ୍କ ପାଇଁ ଥିବା ବିଭିନ୍ନ ଆଇନ ବିଷୟରେ ଆଲୋଚନା କରିଥିଲେ।